ରାଇସ୍ମିଲ୍ ବନ୍ଦ ଦାବିରେ ରାସ୍ତାରୋକ, ଅଟକ ରହିଛି ଅନେକ ଗାଡି
13/09/2023 at 2:24 PM

ବିନିକା ୧୩।୦୯ : ରାଇସମିଲ ବନ୍ଦ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ । ଡୁଙ୍ଗୁରିପାଲି-ସୋନପୁର ମୁଖ୍ୟ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଗ୍ରାମବାସୀ । ରାସ୍ତାର ଉଭୟ ପଟେ ଅଟକି ରହିଛି ଅନେକ ଗାଡି ।
ଖବର ଅନୁଯାୟୀ, ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ନଙ୍ଗଲଣ୍ଟା ଠାରେ ନୂତନ ଭାବେ ନିର୍ମାଣ ଚାଲିଛି ରାଇସ ମିଲ୍ । ଯାହାକୁ ଗ୍ରାମବାସୀମାନେ ବିରୋଧ କରି ଡୁଙ୍ଗୁରିପାଲି-ସୋନପୁର ମୁଖ୍ୟ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ରାଇସ ମିଲ୍ ନିକଟରେ ହସ୍ପିଟାଲ ନିର୍ମାଣ ଚାଲିଛି ତେଣୁ ପ୍ରଦୂଷଣ ହେବା ସହିତ ଗ୍ରାମ ମଧ୍ୟ ପ୍ରଦୂଷିତ ହେବ ତେଣୁ ରାଇସ ମିଲ୍ କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଉ ଏବଂ ସରପଞ୍ଚଙ୍କ NOC ରଦ୍ଦ କରାଯାଉ । ଏନେଇ ଆଜି ନଙ୍ଗଲଣ୍ଟାର ଶତାଧିକ ମହିଳା ଓ ପୁରୁଷ ସୋନପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ପ୍ରତିବାଦ କରୁଛନ୍ତି l ଯାହା ଫଳରେ ଉଭୟ ପାର୍ଶ୍ଵରେ ସହ ସହ ମାତ୍ରାରେ ଭାରିଯାନ ଅଟକି ରହିଛି l