ପାନୀୟଜଳ ସମସ୍ୟା ନେଇ ରାସ୍ତାରେ ଲୋକେ, ଦାବି ପୂରଣ ହେବା ଯାଏଁ ଆନ୍ଦୋଳନ ଜାରି ରହିବ

Published By : Prameya-News7 Bureau | December 25, 2020 IST

ଭୁବନ ୨୫।୧୨ : ସରକାର ବସୁଧା ଯୋଜନାରେ ଲୋକମାନଙ୍କୁ ପାନୀୟଜଳ ଯୋଗାଇଛନ୍ତି । କିନ୍ତୁ ଆଜିକୁ ପ୍ରାୟ ଦୁଇ ମାସ ହେଲା ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମୃଦଙ୍ଗା ଗ୍ରାମରେ ।

ମୃଦଙ୍ଗା ଗାଁରେ ସରକାରଙ୍କ ତରଫରୁ ବସୁଧା ଯୋଜନାରେ ପଚାଶ ହଜାର କ୍ଷମତା ବିଶିଷ୍ଠ ପାନୀୟ ଜଳ ପ୍ରକଳ୍ପ ହୋଇଥିଲା । କିନ୍ତୁ ଆଜିକୁ ଦୁଇ ବର୍ଷ ହେବ ପାଣି ଠିକ ଭାବରେ ମିଳୁନଥିବା ବେଳେ ଏବେ ଏକ ମାସ ହେବ ପାଣି ପାଇ ପାରୁନାହାନ୍ତି ଗ୍ରାମବାସୀ । ପାନୀୟଜଳ ଯୋଗାଣରେ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ ।  ଯେପର୍ଯ୍ୟନ୍ତ ସେମାନଙ୍କର ପାନୀୟ ଜଳ ସମସ୍ୟା ଦୂର ହେବନାହିଁ ,  ସେପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.