ବାରମ୍ବାର ଅଭିଯୋଗ ପରେ ବି ଶୁଣିଲେନି, ରାସ୍ତା ମରାମତି ଓ ନଦୀ ବନ୍ଧ ସୁଦୁଢୀକରଣ ଦାବିରେ ଆନ୍ଦୋଳନ
18/03/2023 at 1:44 PM

ଭଦ୍ରକ ୧୮।୦୩ : ରାସ୍ତା ମରାମତି ଓ ନଦୀ ବନ୍ଧ ସୁଦୃଢୀକରଣ ଦାବିରେ ଆନ୍ଦୋଳନ । ଭଦ୍ରକରୁ ଆଖଣ୍ଡଳମଣୀ ପର୍ଯ୍ୟନ୍ତ ରାସ୍ତାରେ ମରାମତି ଓ ନଦୀ ବନ୍ଧ ସୁଦୃଢୀକରଣ ଦାବିରେ ଧୁସୁରି ନିକଟରେ ରାସ୍ତାରୋକ ।
ଖବର ଅନୁଯାୟୀ, ଭଦ୍ରକରୁ ଆରଡି ପର୍ଯ୍ୟନ୍ତ ରାସ୍ତାରେ ଅବସ୍ଥା ଶୋଚନୀୟ । ଅନେକ ଦୁର୍ଘଟଣା ଯୋଗୁ ଲୋକେ ମୃତ୍ୟୁବରଣ କରିଛନ୍ତି । ଅନ୍ୟପଟେ ବୈତରଣୀ ନଦୀର ବନ୍ଧ ସୁଦୃଢୀକରଣ କରାଯାଉନଥିବା ଅଭିଯୋଗ ମଧ୍ୟ ହୋଇଛି । ଏହି ଦୁଇଟି ଦାବି ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଶେଷରେ ବାଧ୍ୟ ହୋଇ ଧୁସୁରି ନିକଟରେ ରାସ୍ତାରୋକ କରିଛନ୍ତି ଲୋକେ । ଏହି ଆନ୍ଦୋଳନରେ ବିଭିନ୍ନ ସାମାଜିକ ସଂଗଠନ, କୃଷକ ସଂଗଠନ, ବୁଦ୍ଧିଜୀବୀଙ୍କ ସହ ସ୍ଥାନୀୟ ଗ୍ରାମବାସୀମାନେ ସାମିଲ ହୋଇଛନ୍ତି ।
Related Posts
ସାପ୍ତାହିକ ବଜାରରେ ମହୁମାଛି ଆତଙ୍କ : ୫୦ରୁ ଅଧିକ ଆହତ, ୪ ଗୁରୁତର
21 March 2023