vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ପୋଲିସକୁ ମଦ ବେପାରୀଙ୍କ ଆକ୍ରମଣ, ରାସ୍ତା ଅବରୋଧ କଲେ ଅଭିଯୁକ୍ତ

16/05/2022 at 1:45 PM

ବାଲିପାଟଣା ୧୬।୦୫: ଚଢାଉ ବେଳେ ପୋଲିସକୁ ଆକ୍ରମଣ । ଚୋରାରେ ମଦ ବିକ୍ରି କରୁଥିବା ଦୋକାନ ଉପରେ ଚଢାଉ କରିବାକୁ ଯାଇଥିଲେ ପୋଲିସ । ଏହାପରେ ବେପାର କରୁଥିବା ଦୋକାନୀ  ପରିବାର ଓ ସମର୍ଥକଙ୍କ ପକ୍ଷରୁ ରାସ୍ତାରୋକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି  ଏକାଧିକ ଲୋକଙ୍କୁ ଗିରଫ କରିଥିବା ବେଳେ ଆଉ କିଛି ଫେରାର ହୋଇଛନ୍ତି । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ନରଦା ବଜରାରେ ଏପରି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ନରଦା ଗ୍ରାମରେ ଜଣେ ବ୍ୟକ୍ତି ଦିର୍ଘ ଦିନ ଧରି ଚୋରା ମଦ କାରବାର କରୁଥିଲେ । ରବିବାର ଦିନ ସାଧା ପୋଷାକ ଧାରୀ ପୋଲିସ ସେହି ଦୋକାନକୁ ଯିବା ସହ ମଦ ବିକ୍ରି ହେଉଥିବା ଦେଖିଥିଲେ । ପରେ ବାଲିପାଟଣା ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ଦୋକାନରେ ଚଢାଉ କରିଥିଲେ । ଚଢାଉ ସମୟରେ ମଦ ଦୋକାନୀଙ୍କ ପରିବାର ଏବଂ ତାଙ୍କ ସମର୍ଥକ ପୋଲିସ୍ ଟିମ୍ ଉପରେ ଆକ୍ରମଣ କରିବା ସହ  ଅଶ୍ଳିଳ ଭାଷାରେ ଗାଲି ଗୁଲଜ କରିଥିଲେ ।

 ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା କି ଗଣ୍ଡଗୋଳ ଘଟଣାର ସମସ୍ତ ଅଭିଯୁକ୍ତ ଆଜି ନିମାପଡ଼ା-ବାଲିପାଟଣା ରାସ୍ତା ନରଦା ଛକରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଖବର ପାଇ ବାଲିପାଟଣା ଆଇଆଇସି କୃପାସିନ୍ଧୁ ବରାଡ, ବାଲିଅନ୍ତା ଥାନା ଆଇଆଇସି ଯୁବରାଜ ସ୍ଵାଇଁ, ପାହାଳ ଥାନା ଆଇଆଇସି ଷ୍ଟାଲିନ୍ ବିଶ୍ଵାଳ, ବନମାଳିପୁର ଫାଣ୍ଡି ଅଧିକାରୀ ହରିକୃଷ୍ଣ ପ୍ରଧାନ ପହଁଞ୍ଚି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ମଦ ବେପାରୀଙ୍କ ଏପରି କାର୍ଯ୍ୟକୁ ସ୍ଥାନୀୟଅଞ୍ଚଳବାସୀ ନିନ୍ଦା କରିବା ସହ ପୋଲିସ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି ।

   Related Posts