ଆଦିବାସୀଙ୍କ ଧର୍ମକୁ ସ୍ୱତନ୍ତ୍ର ମାନ୍ୟତା ଦାବିରେ ଜାତୀୟ ରାଜପଥ ଅବରୋଧ

Published By : Prameya-News7 Bureau | December 06, 2020 IST

ଆନନ୍ଦପୁର ୦୬।୧୨: ଧର୍ମକୁ ସ୍ୱତନ୍ତ୍ର ମାନ୍ୟତା ଦାବିରେ ଜାତୀୟ ରାଜପଥ ଅବରୋଧ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଜାତୀୟ ରାଜପଥ ୨୦ ମାର୍ଶାପାଳ ନିକଟରେ ଆଦିବାସୀମାନଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ରାସ୍ତା ଅବରୋଧ ଯୋଗୁଁ ଉଭୟ ପଟେ ଗାଡି ଅଟକ ରହିଛି ।

{"id":373392,"sizeSlug":"large"}

ଆଦିବାସୀମାନେ ନିଜ ସାରନା ଧର୍ମକୁ ସ୍ୱତନ୍ତ୍ର ମାନ୍ୟତା ଦେବା ସହ ଆଗାମୀ ୨୦୨୧ ଜନଗଣନାରେ ସ୍ଥାନ ଦିଆଯାଉ । ଏପରି ଦାବି ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଆଦିବାସୀ । ରାସ୍ତାର ଉଭୟ ପଟେ ଗାଡ଼ି ଗୁଡ଼ିକ ଅଟକି ଥିବା ଯୋଗୁ ରାସ୍ତା ଜାମ ରହିଛି । ରାସ୍ତା ଅବରୋଧରେ ବିଭିନ୍ନ ଜିଲ୍ଲାରୁ ଆଦିବାସୀମାନେ ସାମିଲ ହୋଇଛନ୍ତି । ଯେପରି ଭଦ୍ରକ, ଯାଜପୁର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଆଦିବାସୀ ସଂପ୍ରଦାୟର ଲୋକମାନେ ଏହି ପ୍ରତିବାଦରେ ସାମିଲ ହୋଇଛନ୍ତି । ଶାନ୍ତି ଶୃଙ୍ଖଳା ପାଇଁ ଘଷିପୁରା ଥାନା ପୋଲିସ୍ ପକ୍ଷରୁ ଅଧିକ ଫୋର୍ସ ମୁତୟନ କରାଯାଇଛି । ସେପଟେ ଘଷିପୁର ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନ କରୁଥିବା ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.