କ୍ଷତିପୂରଣ ଦାବିରେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ରାସ୍ତାରେ ଚାଲିଛି ଅବରୋଧ

Published By : Prameya-News7 Bureau | October 02, 2022 IST

ଆନନ୍ଦପୁର ୦୨।୧୦ : କ୍ଷତିପୂରଣ ଦାବିରେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । କେନ୍ଦୁଝର ଜିଲ୍ଲା ହାଟଡିହି ଓ ଆନନ୍ଦପୁର ଶୈଲଙ୍ଗ ଛକ ନିକଟରେ ରାସ୍ତା ବନ୍ଦ କରି ଆନ୍ଦୋଳନ କରୁଛନ୍ତି କର୍ମଚାରୀ ।

ଖବର ଅନୁଯାୟୀ, ଆନନ୍ଦପୁର ଉପଖଣ୍ଟ ହାଟଡିହି ଠାରେ ଥିବା Ecart ନାମକ ଏକ ଘରୋଇ କୋରିୟର ସଂସ୍ଥାରେ କାମ କରୁଥିଲେ ଆଶିଷ ବେହେରା । କିନ୍ତୁ ଶନିବାର ଦିନ ତାଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ପାର୍ସଲ ଦେଇ ଫେରୁଥିବା ସମୟରେ ଫକିରପୁର ଠାରେ ତାଙ୍କୁ ଏକ ବାଇକ୍‌ ଧକ୍କା ଦେଇଥିଲା । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଶନିବାରଠୁ ତାଙ୍କର ମୃତ୍ୟୁ ହୋଇଥିବା ବି କମ୍ପାନୀ ପକ୍ଷରୁ କୌଣସି ସୁବିଧା ଯୋଗାଇନଥିବା ଅଭିଯୋଗ ହୋଇଛି । ଦିନରାତି ପାର୍ସଲ ବୋହି ନିଜ ବାଇକ୍‌ରେ ଠିକଣା ସ୍ଥାନରେ ଡେଲିଭରି କରୁଛନ୍ତି କର୍ମଚାରୀ । କିନ୍ତୁ କମ୍ପାନୀ ପକ୍ଷରୁ  ନା ବିମା ସୁବିଧା ରହିଛି  , ନା ଇଏସ୍ଆଇର ସୁବିଧା ଅଛି । ତେଣୁ  ତୁରନ୍ତ ମୃତକ ପରିବାରକୁ କମ୍ପାନୀ  ପକ୍ଷରୁ କ୍ଷତିପୁରଣ ଏବଂ  ସମସ୍ତ  କର୍ମଚାରୀ ଙ୍କ ବିମା, ଇଏସ୍ଆଇ ଓ ପିଏଫ ଲାଗୁ ଦାବିରେ ଚାଲିଛି ଆନ୍ଦୋଳନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.