ହାତୀ ଆକ୍ରମଣରେ ୨ ବ୍ୟକ୍ତିଙ୍କ ମୃତ୍ୟୁ; ରାସ୍ତା ଅବରୋଧ କଲେ ଗାଁ ଲୋକ

Published By : Prameya-News7 Bureau | October 27, 2022 IST

ଢେଙ୍କାନାଳ ୨୭/୧୦: ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ବନାଞ୍ଚଳରେ ଥମୁନି ହାତୀ ଉପଦ୍ରବ। ଗତକାଲି ବା ବୁଧବାର ରାସୋଳ ସେକ୍ସନ ଅନ୍ତର୍ଗତ କୁନୂଆରେ ଜଣଙ୍କୁ ହାତୀ କଚାଡ଼ି ମାରିଦେଇଥିଲା। ପୁଣି ଗୁରୁବାର କାରନ୍ଦା ଗାଁ ପାଖରେ ଅନ୍ୟ ଜଣଙ୍କୁ ଦନ୍ତା ହାତୀ କଚାଡ଼ି ମାରିଛି।  ମୃତକଙ୍କ ପରିଚୟ ମାହୁଲି ପ୍ରଧାନ। ସେ କାରନ୍ଦା ଗାଁର ବାସିନ୍ଦା। ମାହୁଲି ତାଙ୍କ ଗାଁ ପୋଖରୀକୁ ଯାଇଥିବା ବେଳେ ଭୋର ସମୟରେ ଦନ୍ତା ହାବୁଡ଼ରେ ପଡ଼ିଥିଲେ। ଦନ୍ତାହାତୀଟି ତାଙ୍କୁ ଟେକି କଚାଡି଼ ଦେବାରୁ ତାଙ୍କର ମୃତ୍ୟୁ ହୋଇଛି।

ଏହି ଅଞ୍ଚଳରେ ବାରମ୍ବାର ହାତୀ ଉପଦ୍ରବ ନେଇ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଅଛନ୍ତି। ବନକର୍ମଚାରୀଙ୍କ ଅବହେଳା ପାଇଁ ଏପରି ହେଉଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଯାହାକୁ ନେଇ କେରନ୍ଦା ଗାଁ ଲୋକ ଉତ୍ତେଜିତ ହେବା ଦେଖିବାକୁ ମିଳିଛି। ଉତ୍ୟକ୍ତ ଗାଁ ଲୋମାନେ ହିନ୍ଦୋଳ ଗୁଡ଼ିଆ କାଟେଣି ମୁଖ୍ୟ ରାସ୍ତାକୁ ବାଲିମି ଥାନା ଛକରେ ଅବରୋଧ କରିଥିଲେ। ଖବର ପାଇ ହିନ୍ଦୋଳ ତହସିଲଦାର ଓ ହିନ୍ଦୋଳ ରେଞ୍ଜର ପହଞ୍ଚି ବାଲିମି ଥାନା ପୁଲିସ ସହାୟତାରେ ଲୋକମାନଙ୍କୁ ବୁଝାସୁଝା ପରେ ରାସ୍ତା ଅବରୋଧ ହଟିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.