ନୀଳଗିରି ୩୧/୧୨: ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡର ସମସ୍ତ ଧାନମଣ୍ଡି ଖୋଲିବା କାଣ୍ଟ ଛାଟ ନୀତିକୁ ବନ୍ଦ କରିବା ଦାବିରେ ରାସ୍ତାରୋକ କରାଯାଇଛି। ନୀଳଗିରି ଉପଖଣ୍ଡ ଅଧୀନ ଗରଡ଼ିହି ପଞ୍ଚାୟତ ସିପିଆଇଏମ ପକ୍ଷରୁ ଏହି ରାସ୍ତାରୋକ କରାଯାଇଛି। ଶେରଗଡ଼-ନୀଳଗିରି-କପ୍ତିପଦା ରାସ୍ତାରେ ଧାନ ବସ୍ତାରଖି ସିପିଆଇଏମ କର୍ମୀମାନେ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି।
{"id":727597,"sizeSlug":"full","linkDestination":"none"}ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି। ଏଥିପାଇଁ ଅନେକ ସମୟ ଧରି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଘଟଣାସ୍ଥଳକୁ ତହସିଲଦାର, ଏଆରସିଏଏସ ଯାଇ ବୁଝାସୁଝା କରିବା ସହ ଦାବିପୁରଣ କରିବାର ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଛି। ଏହି ରାସ୍ତା ରୋକ୍ରେ ବରିଷ୍ଠ ସିପିଆଇଏମ୍ ନେତା ତଥା ବିଧାୟକ ପ୍ରାର୍ଥୀ ଯୋଗନନ୍ଦ ଦାସ ଓ ଅନ୍ୟାନ୍ୟ କର୍ମିମାନେ ଉପସ୍ଥିତ ଥିଲେ।