ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ରାସ୍ତା ଅବରୋଧ କଲେ ଗାଁଲୋକେ

Published By : Prameya-News7 Bureau | January 20, 2022 IST

ଭଦ୍ରକ ୨୦।୦୧: ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ଉତ୍ୟକ୍ତ ଲୋକଙ୍କ ପକ୍ଷରୁ ରାସ୍ତା ରୋକ କରାଯାଇଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ହାସିନପୁର ଛକ ନିକଟରେ ରାସ୍ତାରୋକ ହୋଇଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

ଖବର ଅନୁଯାୟୀ, ହାସିନପୁର ଛକ ନିକଟ ହାସିନପୁର ପ୍ରାଥମିକ ବିଦ୍ୟାଳୟ ପଛ ପଟେ ଥିବା ଗାଡ଼ିଆରେ ଯୁବକ ଜଣଙ୍କ ପଡିଯାଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା ।ଏହାପରେ ଯୁବକ ସୁଶାନ୍ତ ମୁଣ୍ଡାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି । ସ୍କୁଲ ପଛ ଥିବା ଗାଡ଼ିଆରେ ପୂର୍ବରୁ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇସାରିଛି । ବାରମ୍ବାର ଏପରି ଅଘଟଣ ଘଟୁଥିବାରୁ ଗାଁଲୋକଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି । ବନ୍ତ ତହସିଲଦାର ଓ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳର ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.