ଭଉଣୀ ବିବାହ ପାଇଁ ମଣ୍ଡପ ବୁକ୍ କରି ଘରକୁ ଫେରୁଥିଲେ ଦୁଇ ଭାଇ, ସଡକ ଦୁର୍ଘଟଣାରେ ଚାଲିଗଲା ଜୀବନ

Published By : Prameya-News7 Bureau | April 15, 2024 IST

ନୂଆଦିଲ୍ଲୀ ୧୫।୦୪: ବିହାରରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଯେଉଁଥିରେ ଦୁଇ ଭାଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଭଉଣୀ ବିବାହ ପାଇଁ ମ୍ୟାରେଜ ହଲ୍ ବୁକ୍ କରିବା ପରେ ଦୁହେଁ ଘରକୁ ଫେରୁଥିବାଲେ। ଦ୍ରୁତ ଗତିରେ ଆସୁଥିବା ଟ୍ରାକ୍ଟର ସେମାନଙ୍କ ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ପରେ ଘଟଣାସ୍ଥଳରେ ଦୁହିଁଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ପରିବାର ସଦସ୍ୟଙ୍କୁ ଶକ୍ତ ଝଟକା ଲାଗିଛି ।

ଉଭୟ ମୃତ ଯୁବକ ଜଣକ ପରମାଲପୁର ଗାଁର ବାସିନ୍ଦା । ମୃତକ ଦୁଇ ଭାଇ ଭଉଣୀଙ୍କ ବିବାହ ପାଇଁ ଏକ ମ୍ୟାରେଜ ହଲ୍ ବୁକ୍ କରିବାକୁ ଆସିଥିଲେ। କାମ ସାରି ଫେରୁଥିବା ବେଳେ ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଯୁବକଙ୍କ ବାଇକ ଆଗକୁ ଟ୍ରାକ୍ଟର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ବାଇକରେ ବସିଥିବା ବିଶାଲଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆଶିଷଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପଠାଯାଇଥିଲା। ପରିବାର ସଦସ୍ୟ ଗୁରୁତର ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ବାରାଣାସୀକୁ ନେଇ ଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାକୁ ପଠାଇ ଦେଇଥିଲା। ଏହି ଘଟଣା ପରେ ଡ୍ରାଇଭର ଫେରାର୍‌ ଥିବାରୁ ଖୋଜାଖୋଜି ଜାରି ରହିଛି। ଟ୍ରାକ୍ଟରକୁ ଜବତ କରାଯାଇ ପୋଲିସ ଷ୍ଟେସନକୁ ଅଣାଯାଇଛି। ଦୁଇ ଭାଇଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି କରିଛି। ଉଭୟଙ୍କ ମୃତ୍ୟୁ ହେତୁ ବିବାହର ସୁଖ ଶୋକରେ ପରିଣତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.