ରାଜସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା: ପୋଲିସ୍‌ ଜିପ୍‌ ଓ ଟ୍ରକ୍‌ ଧକ୍କା, ୫ ମୃତ ୨ ଆହତ

Published By : Prameya-News7 Bureau | November 19, 2023 IST

ନୂଆଦିଲ୍ଲୀ ୧୯।୧୧: ରାଜସ୍ଥାନର ନାଗୌର ଜିଲ୍ଲାରୁ ଏକ ବଡ ଖବର ଆସୁଛି । ସକାଳେ ପ୍ରଧାନମନ୍ତ୍ରୀଙ୍କ ବୈଠକକୁ ସୁରକ୍ଷା ଦେବାକୁ ଯାଉଥିବା ବେଳେ ଖିନବସର ପୋଲିସ ଷ୍ଟେସନର ଅଧିକାରୀ କାରରେ ଯାଉଥିଲେ। ଏହି ସମୟରେ ଜାତୀୟ ରାଜପଥ ପୋଲିସର ଜିପ୍‌ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେପଟେ ଦୁଇଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଆହତମାନଙ୍କ ମଧ୍ୟରେ ଜଣେ କନଷ୍ଟେବଳ  ଏବଂ ଅନ୍ୟ ଜଣଙ୍କ ହେଡ କନଷ୍ଟେବଳ ।

ଆହତମାନେ ନାଗୌରର ଜେଏଲ୍ଏନ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୋଲିସ କହିଛି ଯେ ପୋଲିସ କାରଟି ଆଗରୁ ଆସୁଥିବା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ପରେ ଜୟପୁର ପର୍ଯ୍ୟନ୍ତ ରାସ୍ଥାରେ  ଉତ୍ତେଜନା ଦେଖାଦେଇଛି। ଘଟଣା ବିଷୟରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ।

ଚଳିତ ବର୍ଷର ବିଧାନସଭା ନିର୍ବାଚନରେ ​​ଏହା ହେଉଛି ପ୍ରଥମ ଘଟଣା।  ଯେଉଁଥିରେ ଏତେ ସଂଖ୍ୟକ ପୋଲିସ୍ ପ୍ରାଣ ହରାଇଛନ୍ତି। କହିବାକୁ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକରେ ଯୋଗଦେବାକୁ ଡ୍ୟୁଟିରେ ଯାଉଥିବା ୭ ଜଣ ପୋଲିସର କାର ରାଜପଥରେ ଟ୍ରଲି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୫ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି।

wp:embed {"url":"https://www.prameyanews7.com/ind-vs-aus-final-icc-world-cup-100-private-jets-arrived-in-ahmedabad/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ind-vs-aus-final-icc-world-cup-100-private-jets-arrived-in-ahmedabad/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.