ନୂଆପଡ଼ା: ବାଇକ-ହାଇୱା ମୁହାଁମୁହିଁ ଧକ୍କା, ଶାଳି ଏବଂ ଭିଣୋଇଙ୍କ ମୃତ୍ୟୁ
28/05/2023 at 9:45 PM

ନୂଆପଡା: ବାଇକ ଏବଂ ହାଇୱା ମୁହାଁମୁହିଁ ଧକ୍କାରେ ଶାଳି ଓ ଭିଣୋଇଙ୍କ ମୃତ୍ୟୁ। ଜୋଙ୍କ ଥାନା ଡୁମେରବାହାଲ ପାଖରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସ୍ଥାନୀୟ ପଲସାଗୁଡାରୁ ନନ୍ଦପୁରକୁ ଶାଳିକୁ ଛାଡି ଯାଉଥିବା ବେଳେ ହାଇୱା ଧକ୍କାରେ ଉଭୟଙ୍କ ମୃତ୍ୟୁ ଘଟିଛି ।

ଘଟଣାସ୍ଥଳରେ ଶାଳି କୃତିକା କ୍ଷେତ୍ରପାଲଙ୍କ ମୃତ୍ୟୁ ହୋଇଥିବା ବେଳେ ପଲସାଗୁଡା ଗ୍ରାମର କମଲେସ ମହାନନ୍ଦଙ୍କ ନୂଆପଡା ହସ୍ପିଟାଲରେ ମୃତ୍ୟୁ ଘଟିଛି। କ୍ଷତିପୁରଣ ଦାବିରେ ଶବ ରଖି ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ ଶାଳି କୃତିକାଙ୍କ ମୃତ ଦେହ ପଡ଼ି ରହିଥିବା ବେଳେ ଜୋଙ୍କ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି।
Related Posts
୨ ବର୍ଷରେ ସାପ କାମୁଡ଼ାରେ ୧୩୩୬ ମୃତ, ବିଧାନସଭାରେ ଉତ୍ତର ରଖିଲେ ରାଜସ୍ବ ମନ୍ତ୍ରୀ
28 September 2023
ମାନସିକ ଚାପ ଯୋଗୁଁ ନିଖୋଜ ହୋଇଯାଇଥିଲେ ବ୍ୟାଙ୍କ ମ୍ୟାନେଜର: ପୋଲିସ୍
28 September 2023
ପୂର୍ବତନ ବିଧାୟକଙ୍କ ଗାଡି ଉପରକୁ ଅଣ୍ଡାମାଡ଼, ଥାନାରେ ଏତଲା
28 September 2023
ତେଲନଦୀରେ ଫସିଛନ୍ତି ୧୨ଟିକିଆ ହାତୀପଲ, ଘଉଡାଇବାକୁ ବନବିଭାଗର ଉଦ୍ୟମ ଜାରି
28 September 2023