ଢେଙ୍କାନାଳ କଲେଜ ବାଏ ପାସରେ ସଡ଼କ ଦୁର୍ଘଟଣା; ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

Published By : Prameya-News7 Bureau | July 01, 2022 IST

ଢେଙ୍କାନାଳ ୦୧/୦୭ : ଢେଙ୍କାନାଳ ସପ୍ତଶଯ୍ୟାରୁ ଭାଇ ଭଉଣୀ ଘରକୁ ଫେରିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକରେ ଉଭୟେ ରାସ୍ତରେ ଫେରିବା ବେଳେ ତାଙ୍କ ବାଇକ ଉପରେ ଏକ ଟ୍ରକ ଚଢ଼ିଗଲା। ଘଟଣାସ୍ଥଳରେ ଭଉଣୀର ମୃତ୍ୟୁ  ହୋଇଥିବା ବେଳେ ଭାଇକୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୫୫ନମ୍ୱର ଜାତୀୟ ରାଜପଥରେ ଢେଙ୍କାନାଳ କଲେଜ ବାଏ ପାସ ଛକରେ ଏପରି ଦୁର୍ଘଟଣା ଘଟିଛି।  ମୃତାହତ ଭାଇ ଭଉଣୀ କଟକ ସିଡିଏ ଅଞ୍ଚଳର ବୋଲି ଜଣାପଡିଛି।

ମୃତକଙ୍କ ପରିଚୟ ସୁଜାତା ପାଙ୍ଗୁରି ଓ ଗୁରୁତର ହୋଇଥିବା ତାଙ୍କ ଭାଇଙ୍କ ପରିଚୟ ତୁଷାରକାନ୍ତ ପାଙ୍ଗୁରି ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି। ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ତେବେ ଟାଉନ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଦେଢ଼ ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା। ଟ୍ରକକୁ ଟାଉନ ପୋଲିସ ଜବତ କରିଥିବା ସହ ମୃତଦେହ ବ୍ୟବଛେଦ ପାଇଁ ପଠାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.