ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ରାସ୍ତାକଡ଼ରେ ଛିଡ଼ା ହୋଇଥିବା କଣ୍ଟେନରକୁ ଧକ୍କା ଦେଲା କାର୍, ଜଣେ ମୃତ

Published By : Prameya-News7 Bureau | December 29, 2023 IST

ବାଂଶପାଳ: କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଧାନଗଦି ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତାକଡ଼ରେ ଛିଡ଼ା ହୋଇଥିବା କଣ୍ଟେନରକୁ ଧକ୍କା ଦେଲା କାର। ଏଥରେ ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତ ମହିଳାଙ୍କ ନାଁ ଉଷାରାଣୀ ମୁଦୁଲି । ତାଙ୍କ ଘର ରାଉରକେଲାରେ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଉଷାରାଣୀ ସପରିବାର ମା’ ତାରିଣୀଙ୍କୁ ଦର୍ଶନ କରି ଘଟଗାଁରୁ ରାଉରକେଲା ଫେରୁଥିଲେ । ହେଲେ ବାଟରେ ଏହି ଅଘଟଣ ଘଟିଛି। ମୃତ ମହିଳାଙ୍କ କୋଳରେ ଥିବା ବର୍ଷକର ଶିଶୁ ସୁରକ୍ଷିତ ଥିବା ଜଣାପଡ଼ିଛି । କାରରେ ଥିବା ସମସ୍ତ ୬ ଯାତ୍ରୀଙ୍କୁ ଉଦ୍ଧାର କର ମେଡିକାଲରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକେ । ସେପଟେ ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଗାଲିଗାବଟର ଜଳପ୍ରପାତରେ ଅଘଟଣ, ଜଳପ୍ରପାତରେ ଖସି ଜଣେ ଯୁବକ ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.