ଦୁଇ ଟ୍ରକ ମୁହାଁମୁହିଁ ଧକ୍କା : ଜଣେ ମୃତ, ଆଉ ଜଣେ ଗୁରୁତର

Published By : Prameya-News7 Bureau | December 01, 2023 IST

କୁଚିଣ୍ଡା ୦୧।୧୨ : ସମ୍ବଲପୁର ଜିଲ୍ଲା ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ଚିନିମହୁଲ ନିକଟରେ ଦୁର୍ଘଟଣା । ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

wp:embed {"url":"https://www.prameyanews7.com/six-injured-in-accident-at-bhadrak-gelapur-toll-gate/","type":"wp-embed","providerNameSlug":"prameya-news-7"}
https://www.prameyanews7.com/six-injured-in-accident-at-bhadrak-gelapur-toll-gate/
/wp:embed

ଖବର ଅନୁଯାୟୀ, ଶୁକ୍ରବାର ଦିନ ସକାଳ ସମୟରେ ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ଚିନିମହୁଲ ନିକଟରେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଯେଉଁଥିରେ ଜଣେ ଚାଳକଙ୍କ ଘଟଣାସ୍ଥଳରେ ଚାପିହୋଇ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଚାଳକ ଗୁରୁତର ହୋଇଛନ୍ତି l ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବୁର୍ଲା ବଡ଼ ମେଡିକାଲକୁ ପଠାଯାଇଛି ।

wp:embed {"url":"https://www.prameyanews7.com/seven-person-lost-hie-life-in-ghatagaon/","type":"wp-embed","providerNameSlug":"prameya-news-7"}
https://www.prameyanews7.com/seven-person-lost-hie-life-in-ghatagaon/
/wp:embed

ବର୍ତ୍ତମାନ ଯାଏଁ ମୃତାହତଙ୍କ ପରିଚୟ ମିଳିପାରିନାହିଁ । ସେପଟେ ଦୁର୍ଘଟଣା ଯୋଗୁଁ ରାସ୍ତା ଅବରୋଧ ହୋଇରହିଛି । ରାସ୍ତାର ଉଭୟ ପଟେ ଶହ ଶହ ଗାଡି ଅଟକି ରହିଛି । ପୋଲିସ ଘଟଣାସ୍ଥଳରୁ ଭିଡ ହଟାଇବା ଲାଗି ଉଦ୍ୟମ ଜାରି ରଖିଛି ।

wp:embed {"url":"https://www.prameyanews7.com/silkyara-tunnel-collapsed-20-times-in-last-5-years/","type":"wp-embed","providerNameSlug":"prameya-news-7"}
https://www.prameyanews7.com/silkyara-tunnel-collapsed-20-times-in-last-5-years/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.