ରାୟଗଡା: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ, ଟିପର ଓଲଟିବାରୁ ଚାଲିଗଲା ଡ୍ରାଇଭର ଓ ହେଲପରଙ୍କ ଜୀବନ

Published By : Prameya-News7 Bureau | December 07, 2020 IST

ରାୟଗଡା ୦୭।୧୨: ରାୟଗଡା ଜିଲ୍ଲାରେ ଆସି ସନ୍ଧ୍ୟାରେ ଦୁଇଟି ପୃଥକ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି । ଗୋଟିଏ ଘଟଣାରେ ଦୁଇ ବାଇକ ପରସ୍ପର ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଏକ ଘଟଣାରେ ଶ୍ରମିକ ମାନଙ୍କୁ ନେଇ ଯାଉଥିବା ଏକ ଟିପର ଭାରସାମ୍ୟ ହରାଇ ଓଲଟି ଯିବାରୁ ଡ୍ରାଇଭର ଓ  ହେଲପରଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ ମୁନିଗୁଡା ଥାନା ଦେଓକୁପୁଲି ଛକ ନିକଟରେ ଉଭୟପଟୁ ଦ୍ରୁତ ବେଗରେ ଆସୁଥିବା ଦୁଇ ବାଇକ ପରସ୍ପରକୁ ମୁହାଁମୁହିଁ ଧକ୍କା ଦେବା କାରଣରୁ ବାଇକ ଆରୋହୀ ସହ ତିନି ଜଣଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସ ଓ ପୋଲିସକୁ ଖବର ଦେବାରୁ ସେମାନଙ୍କୁ ମୁନିଗୁଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା। ମେଡିକାଲରେ ସେମାନଙ୍କ ଭିତରୁ ଦୁଇ ଜଣ ମୃତ ବୋଲି ଡାକ୍ତର ଘୋଷଣା କରିଛନ୍ତି। ମୃତକ ହେଉଛନ୍ତି ପଶ୍ଚିମବଙ୍ଗର ହାଡୁଗ୍ରାମର ଇଂଲିଶ ଅଞ୍ଚଳର ଆସାମୂଳ ମିର୍ଜା(୨୬)। ଅନ୍ୟ ଜଣକ କୋଟଗଡ ବ୍ଲକ କାକୁସୁଗୁଡାର ଦିବାକର ମାଝି( ୩୪)। ଗୁରୁତର ଆହତ ଜଣଙ୍କ  କୋଟଗଡର ସୋନା ପାଟମାଝୀ(୩୮)। ମୃତକ ଦୁଇ ଜଣଙ୍କ ଶବ ବ୍ୟବଚ୍ଛେଦ ପରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ ବୋଲି ମୁନିଗୁଡା ପୋଲିସ ଆଇଆଇସି ସୁଜ୍ଞାନୀ ସାହୁ ପ୍ରକାଶ କରିଛନ୍ତି। ଆହତ ଜଣଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି।

ଅନ୍ୟପଟେ କାଶିପୁର ଥାନା ଅନ୍ତର୍ଗତ ବର୍ତ୍ତୀବାଲି ଗାଁ ନିକଟରେ ଶ୍ରମିକ ମାନଙ୍କୁ ନେଇ ଯାଉଥିବା ଏକ ଟିପର ଭାରସାମ୍ୟ ହରାଇ ଓଲଟି ପଡିଛି। ଯାହା ଫଳରେ ଘଟଣାସ୍ଥଳରେ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ଙ୍କୁ କାଶିପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ଜଣାପଡିଛି । ଘଟଣା ସ୍ଥଳରେ କାଶିପୁର ପହଞ୍ଚି ତଦନ୍ତ ଯାରିରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.