ନୂଆଦିଲ୍ଲୀ ୧୧।୦୭: ଉତ୍ତର ଫିଲିପାଇନ୍ସର କାଗାୟନ ପ୍ରଦେଶରେ ଏକ ବଡ ଦୁର୍ଘଟଣା ଘଟିଛି। ଗୁରୁବାର ସକାଳେ ଏକ ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ସଡ଼କ ଦୁର୍ଘଟଣାରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଏନେଇ ଘଟଣାର ପୋଲିସଏହି ସୂଚନା ଦେଇଛି। ଦୁର୍ଘଟଣା ଯୋଗୁଁ ଟ୍ରକଟି ପ୍ରାୟ ୨୦ ମିଟର ପର୍ଯ୍ୟନ୍ତ ଟାଣି ନେଇଥିଲା। ଯେଉଁଥିପାଇଁ ଯାତ୍ରୀମାନେ ରାସ୍ତାରେ ପଡ଼ିଯାଇଥିଲେ ।
ସୂଚନା ଅନୁଯାୟୀ ଟ୍ରକ ଡ୍ରାଇଭର ଗୁରୁତର ଆହତ ହୋଇଥିବାବେଳେ ଜଣେ ପଥଚାରୀ, ଦୁଇ ଯାତ୍ରୀ, ବସ୍ ଡ୍ରାଇଭର ଏବଂ ତାଙ୍କ କଣ୍ଡକ୍ଟର ସାମାନ୍ୟ ଆହତ ହୋଇଥିଲେ। ପୋଲିସ ମୁଖ୍ୟ କହିଛନ୍ତି ଯେ ଟ୍ରକକୁ ବସ ଧକ୍କା ଦେଇଥିଲା। ଟ୍ରକଟି ୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଖାଦ୍ୟ ଷ୍ଟଲରେ ଖସିପଡିଥିଲା। ଏହି ଦୁର୍ଘଟଣା ପାଇଁ କିଏ ଦାୟୀ ତାହା ଜାଣିବା ପାଇଁ ପୋଲିସ୍ ତଦନ୍ତ ଜାରି ରଖିଛି। ଟ୍ରାଫିକର ଦୁର୍ବଳ ନିୟମ ଯୋଗୁଁ ଫିଲିପାଇନ୍ସରେ ପ୍ରତିଦିନ ସଡ଼କ ଦୁର୍ଘଟଣା ଘଟୁଛି।