ମେକ୍ସିକୋରେ ଭୟଙ୍କର ଦୁର୍ଘଟଣା : ଟ୍ରକ୍‌-ଭ୍ୟାନ୍ ମୁହାଁମୁହିଁ ଧକ୍କା, ୯ ମୃତ

Published By : Prameya-News7 Bureau | March 05, 2024 IST

ନୂଆଦିଲ୍ଲୀ ୦୫।୦୩: ସୋମବାର ମେକ୍ସିକୋର କେରୋୱିଆନ୍ ଉପକୂଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହାଇୱେ ଠାରେ ଏକ ଭ୍ୟାନ୍ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ ଭ୍ୟାନଟି ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ଯାହା ଫଳରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।

ଟ୍ରକ ସହିତ ଧକ୍କା ହେବା ପରେ ଭ୍ୟାନଟିରେ ନିଆଁ ଲାଗିଯାଇଥିଲା । ଏହି ଭ୍ୟାନରେ ଯାତ୍ରା କରୁଥିବା ଅନ୍ୟ ୬ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି ।  ମୃତକଙ୍କ ମଧ୍ୟରେ ତିନି ନାବାଳକ ଅଛନ୍ତି।

କହିବାକୁ ଗଲେ ଯେ ଜାନୁଆରୀରେ ମେକ୍ସିକୋରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା ​​। ଯେଉଁଥିରେ ଏକ ଯାତ୍ରୀବାହୀ ବସ୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା । ଯେଉଁଥିରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିଲା ।  ଏଥିସହ ୧୮ ଜଣ ଆହତ ହୋଇଥିଲେ। ସ୍ଥାନୀୟ ଅଧିକାରୀମାନେ କହିଥିଲେ ଯେ ବସ୍‌ରେ ୩୭ ଜଣ ଲୋକ ଥିଲେ।

wp:embed {"url":"https://www.prameyanews7.com/5-people-after-eating-dry-ice-mistaking-it-for-mouth-freshener/","type":"wp-embed","providerNameSlug":"prameya-news-7"}
https://www.prameyanews7.com/5-people-after-eating-dry-ice-mistaking-it-for-mouth-freshener/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.