ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଏକାଧିକ ଲୋକେ ଆହତ

Published By : Prameya-News7 Bureau | February 24, 2024 IST

ନାରାୟଣପାଟଣା ୨୪।୦୨ : ଗାତକୁ ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଏହି ଦୁର୍ଘଟଣାରେ ଏକାଧିକ ଲୋକେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । କୋରାପୁଟ ଜିଲ୍ଲା ନାରାୟଣାପାଟଣା ପାଲୁରୁ ନିକଟରେ ଘଟିଛି ଏହି ଦୁର୍ଘଟଣା ।

wp:embed {"url":"https://www.prameyanews7.com/four-vehicle-damaged-in-series-accident-in-bhubaneswar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/four-vehicle-damaged-in-series-accident-in-bhubaneswar/
/wp:embed

ଖବର ଅନୁଯାୟୀ, ବାଲିପେଟା ଝଡ଼ିଆ ସାହିର ଏକ ପରିବାର ରାୟଗଡା ଟିକିରି ନିଜ ସମ୍ଫର୍କୀୟଙ୍କ ଗାଁ ମେଲଣ ଦେଖିବାକୁ ଯାଇ ଫେରୁଥିଲେ । ପାଲୁରୁ ନିକଟରେ ଓଟୋଟି ଚକା ଫାଟିଯିବାରୁ ମନିଷା ମଦୁଲି (୨୦), ଲିପୁନ ଦିଶାରୀ (୧୨),ଦାନେଶ ମୁଦୁଲି (୨) ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ୧୦୮ରେ କୋରାପୁଟ ଶହୀଦ ଲକ୍ଷ୍ମଣ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବାକି  ଅନ୍ୟ କିଛି ଜଣଙ୍କୁ ଚିକିତ୍ସା ପରେ ଘରକୁ ପଠାଯାଇଛି ।

wp:embed {"url":"https://www.prameyanews7.com/mumbai-indians-women-beat-delhi-capitals-women-by-4-wkts/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mumbai-indians-women-beat-delhi-capitals-women-by-4-wkts/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.