scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭୟଙ୍କର ସଡକ ଦୁର୍ଘଟଣା : ଅଟୋକୁ ଧକ୍କା ଦେଲା ସ୍କର୍ପିଓ, ଗୋଟିଏ ପରିବାରର ୮ ଜଣଙ୍କ ମୃତ୍ୟୁ

19/09/2021 at 6:28 PM

ରାୟପୁର ୧୯/୦୯ : ଛତିଶଗଡର କୋଣ୍ଡାଗାଓଁରେ ରବିବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ସ୍କର୍ପିଓ ଏବଂ ଅଟୋ ମଧ୍ୟରେ ଭୟଙ୍କର ଦୁର୍ଘଟଣା ହେବାରୁ ଘଟଣାସ୍ଥଳରେ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ରୁ ଉର୍ଦ୍ଧ୍ବ ଲୋକ ଗୁରୁତର ହୋଇଛନ୍ତି । ଗୁରୁତର ଆହତଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

କୋଣ୍ଡାଗାଓଁ ଜିଲ୍ଲା ଅନ୍ତର୍ଗତ ବୋରଗାଓଁ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ମିଳିଥିବା ସୂଚନା ଅନୁସାରେ, ଗୋଟିଏ ପରିବାର ୧୬ ଜଣ ଏକ ଅଟୋରେ ଯାଉଥିଲେ । ଏହି ସମୟରେ ଝାଡଖଣ୍ଡରୁ ଜଗଦଲପୁର ଯାଉଥିବା ଏକ ସ୍କର୍ପିଓ, ଅଟୋକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଅଟୋରେ ବସିଥିବା ଲୋକମାନେ ପ୍ରାୟ ୧୦ ଫୁଟ ଉପରକୁ ଉଠିଯାଇଥିଲେ ।

ସ୍ଥାନୀୟ ଅଞ୍ଚଳର କିଛି ଲୋକ ଏ ବାବଦରେ ପୋଲିସକୁ ଖବର ଦେବାପରେ ଘଟଣା ସ୍ଥଳରେ ପହଞ୍ଚିଥିଲା ସ୍ଥାନୀୟ ପୋଲିସ । ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ସୁଦ୍ଧା ଦୁର୍ଘଟଣାରେ ୮ ଜୀବନ ଚାଲିଯାଇଛି । ପୋଲିସ କହିବା ମୁତାବକ, ଅଟୋଟି ଗୋଟିଏ ପରିବାର ମହିଳା ଏବଂ ଶିଶୁଙ୍କ ସମେତ ୧୬ ଜଣଙ୍କୁ ନେଇ ଆଠଗାଓଁରୁ ଗୋଡମା ଯାଉଥିଲେ । ଅନ୍ୟପଟେ ସ୍କର୍ପିଓରେ ମଧ୍ୟ କିଛି ଲୋକ ଯାଉଥିଲେ । ଭାରସାମ୍ୟ ହରାଇ ଦୁର୍ଘଟଣା ହେବାରୁ  ଘଟଣାସ୍ଥଳରେ ହିଁ ୮ ଜଣଙ୍କ ଜୀବନ ଚାଲିଯାଇଛି । ମୃତକଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ରହିଛନ୍ତି । ତେବେ ଦୁର୍ଘଟଣାରେ ଗୁରୁତରଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି । ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

   Related Posts