ଘରେ ପଶିଗଲା ଟ୍ରାକ୍ଟର, ଚାଲିଗଲା ଡ୍ରାଇଭରଙ୍କ ଜୀବନ

Published By : Prameya-News7 Bureau | May 23, 2024 IST

କଣାସ ୨୩।୦୫ : ପୁରୀ ଜିଲ୍ଲା କଣାସ ଥାନା ଦୟାବିହାର ଗାଁରେ ଅଘଟଣ । ଭାରସାମ୍ୟ ହରାଇ ଘର ଭିତରେ ପଶିଗଲା ଟ୍ରାକ୍ଟର । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଖବର ଅନୁଯାୟୀ, ଦୟାବିହାର ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ପ୍ରଥମ ଏକ ଦୋକାନରେ ଧକ୍କା ହୋଇଥିଲା । ଏହାପରେ ବାନାମ୍ବର ମହାପାତ୍ରଙ୍କ ଘର ଭିତରକୁ ପଶିଯାଇଥିଲା ଟ୍ରାକ୍ଟରଟି । ହେଲେ ଏହି ଦୁର୍ଘଟଣାରେ ଘରେ ଶୋଇଥିବା ଲୋକଙ୍କର କୌଣସି କ୍ଷତି ହୋଇନଥିବା ବେଳେ ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ ହୋଇଯାଇଛି । ଟ୍ରାକ୍ଟର ଚାଳକ ଜଣଙ୍କ କଣାସ ଥାନା ଗଡ଼ସାହି ଗାଁର ବିମ୍ବାଧର ମହାପାତ୍ର ବୋଲି ଜଣାପଡିଛି । ସେ କିଛି କାମ ସାରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । 

ସେପଟେ ଦୁର୍ଘଟଣା ପରେ କଣାସ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର ଆମ୍ବୁଲାନ୍ସ ଯୋଗ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଛି । ଏହାସହିତ ଟ୍ରାକ୍ଟରକୁ ଜବତ କରି ତଦନ୍ତ ଜାରି ରଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.