WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଉକୁଳେଇ ଛକରେ ଦୁର୍ଘଟଣା : ଜଣେ ମୃତ, ଦୁଇ ଗୁରୁତର

20/09/2023 at 2:48 PM

କୋଣାର୍କ ୨୦।୦୯ : ପୁରୀ ଜିଲ୍ଲା କାକଟପୁର ରାସ୍ତା ଉକୁଳେଇ ଛକରେ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ବ୍ୟକ୍ତି ଅସ୍ତରଙ୍ଗ ଆଙ୍କୁଆ ଗାଁର ସମ୍ପଦ ମହାରଣା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଅସ୍ତରଙ୍ଗ କାକଟପୁର ରାସ୍ତାରେ ଉକୁଳେଇ ଛକରେ ତିନିଜଣ ବ୍ୟକ୍ତି ରକ୍ତାକ୍ତ ଅବସ୍ଥାରେ ବାଇକ ସହ ରାସ୍ତା ଉପରେ ପଡ଼ିଥିଲେ l ଲୋକ ଦେଖି ତୁରନ୍ତ ଅସ୍ତରଙ୍ଗ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମାନଙ୍କୁ ମେଡିକାଲ ପଠାଇବା ସହ ବାଇକକୁ ଜବତ କରିଛି l ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରୁ  ପୋଲିସ ତଦନ୍ତ ଜାରି ରଖିଛି । ତେବେ ମୃତକ ଅସ୍ତରଙ୍ଗ ଆଙ୍କୁଆ ଗାଁର ସମ୍ପଦ ମହାରଣା ହୋଇଥିବା ବେଳେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଅସ୍ତରଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି ।

   Related Posts