Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହାଇୱା ପଛରେ ପିଟିହେଲା ବାଇକ୍,୨ ମୃତ

17/06/2019 at 8:38 PM

ପଟ୍ଟମୁଣ୍ଡାଇ ୧୭।୬: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ସୋମବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ହାଇୱା ଟ୍ରକ୍ କୁ   ପଛରୁ ଧକ୍କା ଦେଇଛି ବାଇକ୍ । ଫଳରେ ବାଇକରେ ଯାଉଥିବା ୨ ଜଣଙ୍କର ସୋଚନୀୟ ମୃତ୍ୟୁ ହୋଇଛି। ଦୁର୍ଘଟଣା ଏସଡପିଓଙ୍କ ଅଫିସ ସମ୍ମୁଖରେ ହୋଇଥିଲା। ଦୁର୍ଘଟଣାର ଶିକାର ୨ ଜଣଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି।

ମୃତକ ୨ ଜଣଙ୍କର ଚିହ୍ନଟ ହୋଇଛି। ସେମାନେ ହେଲେ ସ୍ଥାନୀୟ ଗାଙ୍ଗପଡା ଗ୍ରାମର କ୍ଷୀରୋଦ ବେହେରା ଓ ରଞ୍ଜନ ବାରିକ।   କ୍ଷୀରୋ ଓ ରଞ୍ଜନ ବାଇକରେ ବସି ହାଇୱା ଟ୍ରକ୍ ପଛପଛେ ଯାଉଥିଲେ। ତେବେ ଅଚାନକ ହାଇୱା ବ୍ରେକ ଲଗାଇବାରୁ ସେମାନେ ବାଇକ୍ କୁ ନିୟନ୍ତ୍ରଣ କରିନପାରି ଟ୍ରକ ପଛରେ ବାଡେଇ ହୋଇଯାଇଥିଲେ। ବାଇକ୍ ଅଧିକ ବେଗରେ ଥିବାରୁ ଉଭୟ ଦୂରକୁ ଛିଟିକିପଡି ଥିଲେ। 

   Related Posts