scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଡୋଡାରେ ବଡ୍ ଧରଣର ଦୁର୍ଘଟଣା, ଖାଇକୁ ଖସିଲା ବସ୍, ୩୦ରୁ ଅଧିକ ମୃତ

15/11/2023 at 1:49 PM

ଜାମ୍ମୁ କାଶ୍ମୀର ୧୫/୧୧: ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ବଡ଼ ଧରଣର ସଡ଼କ ଦୁର୍ଘଟଣା । ଜିଲ୍ଲାର ଆସାରରେ ଭାରସାମ୍ୟ ହରାଇ ଖାଇକୁ ଖସିଲା ବସ୍ । ୩୦ ରୁ ଅଧିକ ମୃତ ଓ ଅନେକ ଆହତ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୩୩ ଜଣଙ୍କର ମୃତ୍ୟୁ ହୋଇଥିଲା । ବସ୍‌ଟି କିଶତଓ୍ୱାଡାରୁ ଜାମ୍ମୁ ଅଭିମୁଖେ ଯାଉଥିଲା। ଏହି ସମୟରେ ଦୁର୍ଘଟଣା ଘଟିଥିଲା ।

ସୂଚନା ଥାଉକି, କିଶତଓ୍ୱାଡାରୁ ଯାଉଥିବା ବସ୍‌ଟି ଭାରସାମ୍ୟ ହରାଇ ୩୦୦ ଫୁଟ୍‌ ତଳକୁ ଖସିପଡିଥିଲା । ଏହି ଦୁର୍ଘଟଣାରେ ୩୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେତେକ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି । ଖବର ପାଇ ଲୋକେ ସଂଗେ ସଂଗ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା ।

ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି । ଏଥିମଧ୍ୟରୁ କିଛି ଜଣଙ୍କ ଅବସ୍ଥା ମଧ୍ୟ ଗୁରୁତର ବୋଲି କୁହାଯାଉଛି । ଏଭଳି ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା ରହିଛି । ପୋଲିସ କହିବା ମୁତାବକ୍ ରାସ୍ତାରେ ତିନିଟି ବସ୍ ଏକାଠି ଯାତ୍ରା କରୁଥିଲେ । ପରସ୍ପରକୁ ଓଭର ଟେକ୍ କରୁଥିବା ସମୟରେ ଦୁର୍ଘଟମା ଘଟିଥିଲା ।

   Related Posts