ଭୁବନେଶ୍ୱର ୨୮।୦୫: କେନ୍ଦ୍ରାପଡ଼ାକୁ ନିର୍ବାଚନ ଡ୍ୟୁଟି ଲାଗି ଯାଉଥିବା ବେଳେ ଦୁର୍ଘଟଣା । ଭୁବନେଶ୍ୱର ଭିଏସ୍ଏସ୍ ନଗର ଓଭରବ୍ରିଜ୍ ନିକଟରେ ଘଟିଛି ଦୁର୍ଘଟଣା । ଏହି ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଆସନ୍ତା ୧ ତାରିଖରେ କେନ୍ଦ୍ରାପଡ଼ାରେ ହେବାକୁ ଯାଉଛି ନିର୍ବାଚନ । ଏଥିପାଇଁ ନିର୍ବାଚନ ଡ୍ୟୁଟି ଲାଗି ଯାଉଥିଲେ । ହେଲେ ଭୁବନେଶ୍ୱର ଭିଏସ୍ଏସ୍ ନଗର ଓଭରବ୍ରିଜ୍ ନିକଟରେ ଘଟିଲା ଦୁର୍ଘଟଣା । ଯେଉଁଥିରେ ୯ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଆହତ ପୋଲିସ କର୍ମଚାରୀ ବୋଲି ଜଣାପଡିଛି । ଆହତଙ୍କ ମଧ୍ୟରେ କିଛି ମହିଳା ଥିବା ସୂଚନା ମିଳିଛି ।