ବାଇକ୍‌ ଉପରେ ଚଢିଗଲା ହାଇଓ୍ୱା, ଆରୋହୀ ଗୁରୁତର

Published By : Prameya-News7 Bureau | November 19, 2023 IST

ଭୁବନେଶ୍ୱର ୧୯।୧୧ : ବାଇକ୍‌ ଆରୋହୀଙ୍କୁ ଉପରେ ଚଢିଗଲା ହାଇଓ୍ୱା ।  ବାଇକ୍‌ ଆରୋହୀ ଗୁରୁତର । ଭୁବନେଶ୍ୱର ଆଣିଗିଣିଆ ଆଳୁଗଦି ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଖବର ଅନୁଯାୟୀ, ଏକ ହାଇଓ୍ୱାଟି ଦ୍ରୁତ ଗତିରେ ଆସୁଥିଲା । ବାଇକ ଆରୋହୀ ତମାଣ୍ଡୋରୁ ଖଣ୍ଡିଗିରି ଯିବାକୁ ସର୍ଭିସ ରାସ୍ତାରେ ଯାଉଥିଲା । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ହାଇଓ୍ୱାଟି ବାଇକ୍‌କୁ ଧକ୍କା ଦେଇ ଗାଡି ଉପରେ ଚଢି ଯାଇଥିଲା । ଯାହାଫଳରେ ବାଇକ୍‌ ଆରୋହୀ ଜଣଙ୍କ ଗୁରୁତର ହୋଇଛନ୍ତି । ଦୁର୍ଘଟଣାରେ ହାତରେ ଆଘାତ ଲାଗିଥିବା ଜଣାପଡିଛି । ଏହାପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରିଥିଲେ ଏବଂ ଗୁରୁତର ଅବସ୍ଥାରେ ପୋଲିସ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ।

wp:embed {"url":"https://www.prameyanews7.com/astro-prediction-on-world-cup-2023/","type":"wp-embed","providerNameSlug":"prameya-news-7"}
https://www.prameyanews7.com/astro-prediction-on-world-cup-2023/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.