ବଣାଇରେ ମର୍ମନ୍ତୁଦ ଦୁର୍ଘଟଣା, ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ, ଡ୍ରାଇଭର ମୃତ

Published By : Prameya-News7 Bureau | April 22, 2024 IST

ବଣାଇ ୨୨।୦୪: ଚୈତ୍ର ମେଳା ଦେଖି ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଓଲଟିଲା ବୋଲେରୋ। ଯେଉଁଥିରେ ଗାଡି ଚାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ମହୁଲଡିଆ ଗ୍ରାମର ମୁରଲୀ ଧର ସାହୁ  ବିଳମ୍ଵିତ ରାତିରେ ବୋଲେରୋ ଗାଡ଼ିରେ ଘରକୁ ଫେରୁଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ଗଛରେ ବାଡେଇ ହୋଇ ଗାଡ଼ିଟି ଓଲଟି ପଡ଼ିଥିଲା । 

ଯାହାଫଳରେ ଘଟଣାସ୍ଥଳରେ ଗାଡି ଚାଳକର ମୃତ୍ୟୁ ହୋଇଥିଲା। ସେହି ରାସ୍ତାରେ ଯାଉଥିବା ଲୋକେ ଓ ସ୍ଥାନୀୟ ଲୋକେ ଭୟଙ୍କର ଶବ୍ଦ ଶୁଣି ଘଟଣା ସ୍ଥଳରେ ପହଞ୍ଚିଥିଲେ।   ଗାଡ଼ିରେ ଥିବା ଲୋକଙ୍କୁ ଉଦ୍ଧାର କରିଥିଲର ।  ଆମ୍ବୁଲାନ୍ସ ଯୋଗେ ଡ୍ରାଇଭରଙ୍କୁ ଉପଖଣ୍ଡ ଚିକିତ୍ସାଳୟକୁ ନିଆ ଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.