ଆଠଗଡ଼ ୨୮।୦୭: ମୃତ୍ୟୁ ଏମିତି ବି ଆସିପାରେ , ସବୁଦିନ ପରି ସକାଳୁ ଘରପାଖରୁ ଫୁଲତୋଳି ଘରକୁ ଫେରୁଥିଲେ, କିନ୍ତୁ କିଏ ଜଣିଥିଲା ବାଟରେ ଜଗି ବସିଥିଲା ମୃତ୍ୟୁ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆଠଗଡ ଥାନା ମୁଣ୍ଡଳି ରାସ୍ତାର ହାଉସିଂବୋର୍ଡ ଛକ ନିକଟରେ।
{"id":306489,"sizeSlug":"large"}ସୂଚନାଯୋଗ୍ୟ ଯେ, ରାସ୍ତାରେ ଜଣେ ମହିଳା ଫେରୁଥିବା ବେଳେ ଏକ କ୍ରେନ ଟ୍ରକ ଭାରସାମ୍ୟ ହରାଇ ମହିଳାଙ୍କୁ ପିଟିବା ସହ ପାଚେରି କାନ୍ଥ ଭାଙ୍ଗି ଜଣକ ଘରକୁ ପଶିଯାଇଥିଲା । ଏଭଳି ଘଟଣା ଘଟିଛି । ଅଗ୍ନିଶମ ବାହିନୀ ମହିଳାଙ୍କୁ ଆଠଗଡ ଡାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା ।
{"id":306490,"sizeSlug":"large"}ମୃତ ମହିଳାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି। ଘଟଣା ସ୍ଥଳରୁ ଗାଡିରୁ ଜଣେ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଅନ୍ୟ ଜଣେ ଡ୍ରାଇଭରକୁ ଗାଁ ଲୋକେ ଅଟକ ରଖିଛନ୍ତି ।