ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ମର୍ମନ୍ତୁଦ ଦୁର୍ଘଟଣା; ଜଣେ ମୃତ, ୨୫ ଆହତ

Published By : Prameya-News7 Bureau | May 29, 2024 IST

ନୂଆଦିଲ୍ଲୀ ୨୯।୦୫: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ହରିଦ୍ୱାରରୁ ଜୟପୁରକୁ ଫେରୁଥିବା ସ୍ଲିପର ବସ୍ ଏକ୍ସପ୍ରେସୱେରୁ ତଳକୁ ଖସି  ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ଏବଂ ଏପର୍ଯ୍ୟନ୍ତ ୨୫ ଜଣ ଆହତ ହୋଇଛନ୍ତି। 

ସୂଚନାନୁସାରେ, ବୁଧବାର ସକାଳ ପ୍ରାୟ ୫ ଟା ସମୟରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ହରିଦ୍ୱାରରୁ ଜୟପୁରକୁ ଫେରୁଥିବା ବସ୍ ଡିଭାଇଡର୍ ଭାଙ୍ଗି ୧୦ ଫୁଟ ତଳକୁ ଖସିପଡିଥିଲା। ଏହି ଘଟଣା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଛି।

 କହିବାକୁ ଗଲେ ବସ୍ ହରିଦ୍ୱାରରୁ ଜୟପୁରକୁ ଫେରୁଥିଲା। ଏହି ବସ୍‌ରେ ୪୦ରୁ ଅଧିକ ଲୋକ ଯାତ୍ରା କରୁଥିଲେ। ଡ୍ରାଇଭର ହଠାତ୍ ଶୋଇପଡିଥିବାରୁ ଏହି ଦୁର୍ଘଟଣା ଘଟିଛି।  ଏହି ଦୁର୍ଘଟଣା ପରେ ଲୋକମାନେ ଘଟଣାସ୍ଥଳକୁ ଦୌଡି ଯାଇଥିଲେ। ଏହା ପରେ ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ଏବଂ ପୋଲିସକୁ ସୂଚନା ଦେବା ସହ ଆହତମାନଙ୍କୁ ବସ୍ ଯୋଗେ ସ୍ଥାନାନ୍ତର କରିଥିଲେ। ଆମ୍ବୁଲାନ୍ସ ସହାୟତାରେ ୨୫ ରୁ ଅଧିକ ଆହତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.