ଝାରସୁଗୁଡ଼ା ୩୦/୦୬ : ଝାରସୁଗୁଡ଼ା ଜିଲ୍ଲା ଜୋରାବଗା ଛକ ପାଖରେ ଗୋଟିଏ ବାଇକକୁ ଏକ ପିକଅପ ଧକ୍କା ଦେବାରୁ ବାପା ପୁଅଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ବେଲପାହାଡ଼ ରେହେମତ ନଗରର ମହମ୍ମଦ ମେହେଫୁଜ ଆଲାମ ଓ ତାଙ୍କ ବଡ଼ ପୁଅ ମହମ୍ମଦ ଆଦିଲ ବୋଲି ଜଣା ପଡିଛି।
ଦୁର୍ଘଟଣା ଘଟାଇ ପିକଅପ ଡ୍ରାଇଭର ଫେରାର ହୋଇଥିବାବେଳେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଜୋରବାଗ ଛକ ପାଖରେ ଲୋକମାନେ ରାସ୍ତା ରୋକ କରିଥିବାବେଳେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉବୋଲି ଦାବି କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।