ଦମ୍ପତ୍ତିଙ୍କ ବାଇକ୍‌କୁ ଧକ୍କା ଦେଲା କାର୍‌; ସ୍ୱାମୀ-ସ୍ତ୍ରୀ ମୃତ, ଡ୍ରାଇଭର ଗୁରୁତର

Published By : Prameya-News7 Bureau | June 02, 2023 IST

ନବରଙ୍ଗପୁର ୦୨/୦୬: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦମ୍ପତି ମୃତ। ମୃତକଙ୍କ ପରିଚୟ ପ୍ରହଲ୍ଲାଦ ଖଞ୍ଜ (ସ୍ୱାମୀ), ଝୁମକି ଖଞ୍ଜ(ସ୍ତ୍ରୀ)। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ତଣ୍ଡାଗୁଡା ପାଖରେ ଏପରି ଦୁର୍ଘଟଣା ଘଟିଛି। ବାଇକ୍‌ରେ ଯାଉଥିବାବେଳେ ଦମ୍ପତ୍ତିଙ୍କୁ କାର୍‌ ଧକ୍କା ଦେବାରୁ ଏପରି ଅଘଟଣ ଘଟିଛି।

ଖବର ଅନୁସାରେ, ମୃତ ଦମ୍ପତ୍ତି ବାଇକରେ ପାପଡ଼ାହାଣ୍ଡିରୁ ନିଜ ଗାଁ ମୋକିଆକୁ ଫେରୁଥିଲେ। ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର ତାଙ୍କ ସହ ଧକ୍କା ହୋଇଥିଲା। ଫଳରେ ସ୍ଵାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ପାପଡାହାଣ୍ଡି ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ସ୍ୱାମୀ ସ୍ତ୍ରୀଙ୍କୁ ପାପଡ଼ାହାଣ୍ଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା। ସେପଟେ କାର ଚାଳକ ମଧ୍ୟ ଆହତ ହୋଇଥିବାରୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.