କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ

Published By : Prameya-News7 Bureau | November 30, 2022 IST

ଲକ୍ଷ୍ନୌ: କୁହୁଡ଼ି ନେଲା ଜୀବନ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ଜଣଙ୍କ ଜୀବନ । ଉତ୍ତରପ୍ରଦେଶର ବହରାଇଚ୍ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ବସ୍‌କୁ ପଛପଟୁ ଟ୍ରକ୍ ଧକ୍କା ମାରିବାରୁ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ଯରୁ ୪ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

ସୂଚନା ଅନୁଯାୟୀ, ବୁଧବାର ଭୋରରୁ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଲକ୍ଷ୍ନୌରୁ ବହରାଇଚ୍ ଯାଉଥିବା ରୋଡ୍ଓ୍ବେଜ୍ ନାମକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭୋର ସାଢେ ୪ଟା ବେଳେ କୁହୁଡ଼ାର ପ୍ରକୋପ ଜାରି ରହିଥିଲା । ବହରାଇଚ୍ ଏନଏଚରେ ରାସ୍ତା ଠିକ୍ ଭାବେ ଦେଖାନହେବାରୁ ବସ୍‌କୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା । ବସ୍‌ଟି ବିଜୁଳି ଖୁଣ୍ଟରେ ମାଡ଼ ହେବା ଫଳରେ ୬ଜଣ ପ୍ରାଣ ହରାଇଛନ୍ତି । ଏହା ସହିତ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟ ୪ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ଜଣାପଡ଼ିଛି  ।  

ଏହି ମର୍ମନ୍ତୁଦ ଦୁର୍ଘଟଣା ଜରବଲ ଥାନା ଘର୍ଘରା ଘାଟ ନିକଟରେ ହୋଇଛି । ଖବର ପାଇ ସ୍ଥାନୀୟ ପୋଲିସ ସହିତ ସିଓ ଓ ଏସଡିଏମ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହିତ ଲକ୍ଷ୍ନୌ ଟ୍ରାମା ସେଣ୍ଟରରେ ଭର୍ତ୍ତି କରିଛନ୍ତି । ଭୟଙ୍କର ଦୁର୍ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ସହିତ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.