ରାଜସ୍ଥାନ ସିକରରେ ଟ୍ରକ୍-ପିକ୍ଅପ୍ ମୁହାଁମୁହିଁ ଧକ୍କା, ୮ମୃତ ୬ରୁ ଅଧିକ ଆହତ
1/01/2023 at 9:15 PM

ଜୟପୁର: ରାଜସ୍ଥାନର ସିକର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକଅପ୍ ଭ୍ୟାନ୍ ସହିତ ବୋରିଂ ମେସିନ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୮ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।
ସୂଚନା ଅନୁଯାୟୀ, ଏହି ଭୟଙ୍କର ଦୁର୍ଘଟଣା ରାଜସ୍ଥାନର ସିକର ଜିଲ୍ଲା ଖଣ୍ଡେଲା ଥାନା ଅଞ୍ଚଳରେ ଘଟିଛି । ଜୟପୁର ସାମୋଦ ଅଞ୍ଚଳର କିଛି ଲୋକ ପିକ୍ଅପ୍ ଭ୍ୟାନରେ ଖଣ୍ଡେଲା ଗଣେଷ ଦର୍ଶନ ପାଇଁ ଆସୁଥିଲେ । ଏହି ସମୟରେ ପଲସନା-ଖଣ୍ଡେଲା ରାସ୍ତାରେ ପିକ୍ଅପ୍ ଭ୍ୟାନ୍ ଏକ ବାଇକକୁ ପ୍ରଥମେ ଧକ୍କା ଦେଇଥିଲା, ପରେ ନିୟନ୍ତ୍ରଣ ହରାଇ ବୋରିଂ ମେସିନ୍ ଟ୍ରକକୁ ପିଟିଥିଲା । ଏଥିରେ ୮ଜଣଙ୍କ ମୃତ୍ୟୁ ହୋଉଥିବା ବେଳେ ୬ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ଜଣ ପୁରୁଷ, ୩ଜଣ ମହିଳା, ଜଣେ ଯୁବତୀ ଓ ଜଣେ ଛୋଟ ପିଲାଥିବା ଜଣାପଡ଼ିଛି । ଅନ୍ୟପଟେ ଖଣ୍ଡେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ପଲସାନା ହସ୍ପିଟାଲରେ ଭର୍ତ୍ତି କରିଛି ।

ପିକ୍ଅପ୍ ଡ୍ରାଇଭରର ଅବହେଳା ପାଇଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣାକୁ ନେଇ ଟ୍ବିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ରାଜସ୍ଥାନ ମୁଖ୍ୟାମନ୍ତ୍ରୀ ଅଶୋକ ଗେହଲଟ୍ । ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି