ମୁମ୍ବାଇରେ ବସ୍କୁ ପିଟିଲା କାର୍, ଭୟଙ୍କର ଦୁର୍ଘଟଣାରେ ୪ମୃତ
31/01/2023 at 8:59 AM

ମୁମ୍ବାଇ: ମୁମ୍ବାଇରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଭୟଙ୍କର ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଆହତ ହୋଇଛନ୍ତି । ଅଗ୍ନିଶମ ବାହିନୀ ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛି ।
Maharashtra | Four people died on spot in a collision between a car and a bus on Mumbai-Ahmedabad highway in Dahanu area of Palghar district. The car was enroute Mumbai from Gujarat and rammed into the bus after the car driver lost control of the vehicle: Palghar Police pic.twitter.com/PMa8bXfrAa
— ANI (@ANI) January 31, 2023
ସୂଚନା ଅନୁଯାୟୀ, ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ମହାରାଷ୍ଟ୍ରର ପାଲଘର ଜିଲ୍ଲା ଦହାନୁ ନିକଟରେ ଏକ ଯାତ୍ରୀ ବସ୍ ଓ କାର୍ ମଧ୍ୟରେ ଧକ୍କା ହୋଇଥିଲା । କାର୍ ଡ୍ରାଇଭର ନିୟନ୍ତ୍ରଣ ହରାଇ ବସ୍କୁ ପିଟିଥିଲା । ଫଳରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଖବର ମିଳିବା ପରେ ପାଲ୍ଘର ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।