ମର୍ମନ୍ତୁଦ ଦୁର୍ଘଟଣା; ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ ଓ୍ବେ’ରେ ଓଲଟିଲା ବସ୍, ୨ ମୃତ ୪୬ ଆହତ

Published By : Prameya-News7 Bureau | December 12, 2022 IST

ମୁମ୍ବାଇ: ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ ଓ୍ବେ’ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ଯାତ୍ରୀବାହୀ ବସ୍ । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୬ଜଣ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ ହାଇଓ୍ବେ’ର ଖୋପୋଲି ନିକଟରେ ଏହି ଭୟଙ୍କର ଦୁର୍ଘଟଣା ହୋଇଛି । ଚିମ୍ବୁର ଅଞ୍ଚଳର ଏକ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀ ପିକ୍‌ନିକ୍ କରିବାକୁ ଖୋପୋଲି ଯାଉଥିବାବେଳେ ବସ୍ ଭାରସାମ୍ୟ ଓଲଟି ପଡ଼ିଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୪୬ଜଣ ଛାତ୍ରଙ୍କ ସହିତ ୨ଜଣ ଶିକ୍ଷକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ରେସକ୍ୟୁ ଟିମ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହିତ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ରାଜସ୍ଥାନରେ ମଧ୍ୟ ସଡ଼କ ଦୁର୍ଘଟଣା । ରାଜସ୍ଥାନର ବାଡ଼ମେର ଜିଲ୍ଲାରେ  ବାଲୋତର-ପଚପଦାର ଜାତୀୟ ରଜପଥରେ ଟ୍ରେଲର-ଟ୍ରାକ୍ଟର ମୁହାମୁହିଁ ଧକ୍କା ହୋଇଛି । ଫଳରେ ଟ୍ରେଲର ରାସ୍ତା କଡ଼କୁ ଓଲଟି ପଡ଼ିବା ସହିତ ଏଥିରେ ନିଆଁ ଲାଗିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.