ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ହଜି ଗଲାଣି ମାନବିକତା, ଟ୍ରକ-ବାଇକ ଧକ୍କାରେ ଜଣେ ମହିଳାଙ୍କ ଦୁଇ ଗୋଡ଼ ଛିଣ୍ଡିଗଲା, ସାହାଯ୍ୟ ପାଇଁ ପାଖକୁ କେହି ଆସିଲେନି

18/11/2018 at 12:17 AM

ଝାରସୁଗୁଡ଼ା ୧୭/୧୧: ଦ୍ରୁତ ଗତିରେ ଯାଉଥିବା ଟ୍ରକ ଚଢ଼ି ଯିବାରୁ ଶନିବାର ସନ୍ଧ୍ୟାରେ ଜଣେ ମହିଳାଙ୍କ ଦୁଇ ଗୋଡ଼ ଛିଣ୍ଡିଛି। ଝାରସୁଗୁଡ଼ା ଜିଲ୍ଲାର ଲଇକେରା ଠାରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ଲଇକେରା ଠାରେ ଫଳ ଦୋକାନ ଦେଇ ପରିବାର ପୋଷଣ କରୁଥିବା ଅଶୋକ ମେହେର(ମୁନୁ) ଆଜି ସନ୍ଧ୍ୟାରେ ନିଜ ସ୍ତ୍ରୀ ଅନୀତା ମେହେର(୨୭) ଓ ଦୁଇ ଛୋଟ ଛୁଆଙ୍କୁ ନେଇ ନିକଟରେ କୁଅଁରମାଲ- ପାକେଲଖୋଲ ଠାରେ ଅନ୍ଧାରୀ ପାହାଡ଼ରେ ଅନୁଷ୍ଠିତ ହେଉଥିବା ବନଦୁର୍ଗାଙ୍କ ଯାତ୍ରା ଦେଖିବାକୁ ଯାଉଥିଲେ।

ଯାତ୍ରା ଦେଖିବାକୁ ଯାଉଥିବା ବେଳେ ଲଇକେରା ଠାରେ ଏକ ପାଉଁଶ ବୋଝେଇ ଟ୍ରକ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଟ୍ରକକୁ ଓଭରଟେକ କରିବା ବେଳେ ଅନୀତା ବାଇକରୁ ଖସି ପଡ଼ିଥିଲେ। ସିଲ୍କ ସାଢ଼ୀ ପିନ୍ଧିଥିବାରୁ ଅନୀତା ଖସିଯାଇଥିଲେ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ମହିଳାଙ୍କ ଦୁଇ ଗୋଡ଼ ଉପରୁ ପାଉଁଶ ବୋଝେଇ ହୋଇଥିବା ୧୦ ଚକିଆ ଗାଡ଼ି ଚଢ଼ି ଯିବାରୁ ଦୁଇ ଜଙ୍ଘ ସଂପୂର୍ଣ୍ଣ ଛିଣ୍ଡି ଯାଇଛି।

ଘଟଣା ପରେ ତାଙ୍କ ସ୍ୱାମୀ ସାହାଯ୍ୟ ପାଇଁ ଆକୁଳ ନିବେଦନ କରୁଥିବା ବେଳେ ବହୁ ସମୟ ଧରି କେହି ପାଖକୁ ନଆସିବା ଘଟଣା ଉଦବେଗ ସୃଷ୍ଟି କରିଥିଲା। ସେହିପରି ୧୦୮ଆମ୍ବୁଲାନ୍ସ ମଧ୍ୟ ଆସିନଥିଲା। ଫଳରେ ବହୁ ବିଳମ୍ବରେ ଆହତ ମହିଳାଙ୍କୁ ଏକ ମାରୁତି ଭେନ୍‌ରେ ବୁର୍ଲା ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ଏହି ରାସ୍ତାରେ ପାଉଁଶ ବୋଝେଇ ଟ୍ରକ ଗୁଡ଼ିକ ବେପରୁଆ ଭାବରେ ଯାତାୟତ କରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ଡ୍ରାଇଭର ଫେରାର ଅଛି।

   Related Posts