ହାଇୱା ଧକ୍କାରେ ଜଣେ ଗୁରୁତର; ମଦୁଆ ଡ୍ରାଇଭରଙ୍କୁ ପିଟିଲେ ଲୋକେ

Published By : Prameya-News7 Bureau | December 20, 2022 IST

ଭଦ୍ରକ ୨୦/୧୨: ହାଇୱା ଧକ୍କାରେ ଜଣେ ଗୁରୁତର ହେବା ସହିତ ଜଣେ ଛାତ୍ରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ହାଇୱା ଚାଳକଙ୍କୁ ଧରି ସ୍ଥାନୀୟ ଲୋକମାନେ ନିସ୍ତୁକ ପିଟିଛନ୍ତି। ଭଦ୍ରକ ସହରର ବନ୍ତ ଛକ ପାଖରେରେ ଏହି ଦୁର୍ଘଟଣା ହୋଇଛି। ଖବର ଅନୁସାରେ ବନ୍ତ ଛକ ପାଖରେ ହାଇୱାଟି ଗୋଟିଏ ବାଇକକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ସ୍କୁଲ ଛାତ୍ରୀ ମଧ୍ୟ ଆହତ ହୋଇଛନ୍ତି।

{"id":723401,"sizeSlug":"full","linkDestination":"none"}

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ହାଇୱା ଡ୍ରାଇଭରକୁ ଅଟକାଇଥିଲେ। ଡ୍ରାଇଭର ଜଣକ ମଦ ପିଇଥିବାରୁ ଲୋକମାନେ ଉତ୍ୟକ୍ତ ହୋଇ ତାଙ୍କୁ ନିସ୍ତୁକ ପିଟିଥିଲେ। ଅନ୍ୟପଟେ ଦୁର୍ଘଟଣାଗ୍ରସ୍ତ ଜଣେ ଛାତ୍ରୀ ଓ ଜଣେ ବ୍ୟକ୍ତିଙ୍କୁ ଲୋକମାନେ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲ। ଏହାଜାଣି ଘଟଣା ସ୍ଥଳରେ ପୋଲିସ ପହଞ୍ଚି ହାଇୱା ଚାଳକଙ୍କୁ ନେଇ ଥାନାରେ ଅଟକ ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.