ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା; ବସ୍‌ ପୋଡ଼ିଦେଲେ ଉତ୍ୟକ୍ତ ଲୋକେ

Published By : Prameya-News7 Bureau | January 01, 2023 IST

ବାରିପଦା ୦୧/୦୧: ବାରିପଦା ୧୮ନମ୍ୱର ଜାତୀୟ ରାଜପଥରେ ଗୋଟିଏ ବାଇକ୍‌କୁ ଏକ ବସ୍‌ ଧକ୍କା ଦେଇଛି। ଫଳରେ ସେଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି। ଫଳରେ ସ୍ଥାନୀୟ ଲୋକମାନେ ଉତ୍ୟକ୍ତ ହୋଇ ସମ୍ପୃ୍କ୍ତ ବସ୍‌ଟିକୁ ଜାଳିଦେଇଛନ୍ତି। ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଛନ୍ତି। ଅନ୍ୟପଟେ ବାଇକ ଚାଳକଙ୍କ ଗୋଟିଏ ଗୋଡ଼ରେ ଆଘାତ ଲାଗିବା କାରଣରୁ ସେ ଗୁରୁତର ହୋଇଛନ୍ତି। ରଞ୍ଜିତା ନାମକ ଯାତ୍ରୀବାହୀ ବସ୍‌ରେ ଏହି ଦୁର୍ଘଟଣା ଘଟାଇଛି।

{"id":727875,"width":844,"height":465,"sizeSlug":"full","linkDestination":"none"}

ମରାମତି ପରେ ଚାଳକ ବସ୍‌ ଚଳାଇ ଦେଖିବା ବେଳେ ଏପରି ଦୁର୍ଘଟଣା ହୋଇଛି। ସ୍ଥାନୀୟ ଜୁବୁଲି ପେଟ୍ରୋଲ ପମ୍ପ ଆଗରେ ବସଟି ରଙ୍ଗ୍‌ ସାଇଡ୍‌ରୁ ଡିଭାଇଡର ଆରପଟକୁ ଯିବାବେଳେ ବାଇକଟି ସାମନାକୁ ଆସି ଯିବାରୁ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି। ଗୁରୁତର ଅବସ୍ଥାରେ ଆହତ ଯୁବକଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତି ନିୟନ୍ତ୍ରଣାଧୀନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.