କଣ୍ଟାବାଞ୍ଜି ୦୮।୦୩ : ପୁଅ ସାମ୍ନାରେ ଚାଲିଗଲା ବାପାଙ୍କ ଜୀବନ । ପୁଅ ପରୀକ୍ଷା ଦେବା ପାଇଁ ବାପା ଉତ୍ସାହର ସହ ପରୀକ୍ଷା କେନ୍ଦ୍ରକୁ ଯାଉଥିଲେ । ହେଲେ ବିଧିନର ବିଧାନ ଥିଲା ଅଲଗା । ଅଧାରାସ୍ତାରେ ଚାଲିଗଲା ବାପାଙ୍କ ଜୀବନ । ପୁଅ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଖବର ଅନୁଯାୟୀ, ବଲାଙ୍ଗୀର ସଦର ଥାନା ରତାଖଣ୍ଡି ପଞ୍ଚାୟତର ତାଲଜୁରୀ ଗାଁର ପ୍ରହ୍ଲାଦ ସା ନିଜ ପୁଅ ସମୀର ସାକୁ ବାଇକ୍ରେ ବସାଇ ପରୀକ୍ଷା କେନ୍ଦ୍ରକୁ ଯାଉଥିଲେ । ନୂଆପଡ଼ା ଜିଲ୍ଲା କରଙ୍ଗାମାଲ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରକୁ ସମୀର ସା ଯାଉଥିଲେ । ହେଲେ ଅଧାରାସ୍ତା ମାନେ ବଙ୍ଗୋମୁଣ୍ଡା ଗାଁ ନିକଟ ଏକ ପୋଲ ଉପରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବାପା ପ୍ରହ୍ଲାଦ ସା ପୋଲ ତଳକୁ ଖସିପଡିଥିବା ବେଳେ ପୁଅ ସାମାନ୍ୟ ଆହତ ହୋଇଥିଲେ । ଏହାପରେ ଉଭୟଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ପ୍ରହ୍ଲାଦଙ୍କୁ ମୃତ ଘୋଷଣା କରିଥିଲେ । ବାକି ପୁଅ ସମୀରଙ୍କ ଚିକିତ୍ସା ଜାରି ରହିଛି । ସେପଟେ ବଙ୍ଗୋମୁଣ୍ଡା ପୋଲିସ ଦୁର୍ଘଟଣା ସଂପର୍କରେ ଖବର ପାଇଥିଲା । ଆଉ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହିତ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଛାନ୍ଭିନ୍ ଜାରି ରଖିଛି ।
ତମନ୍ନା ଚାହୁଁଥିଲେ, ବିଜୟ ଚାହୁଁନଥିଲେ, ସାମ୍ନାକୁ ଆସିଲା ବ୍ରେକ୍ଅପ୍ କାରଣ