ମହାରାଷ୍ଟ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୯ ମୃତ, ଅନେକ ଆହତ

Published By : Prameya-News7 Bureau | May 23, 2023 IST

ମୁମ୍ବାଇ: ମହାରାଷ୍ଟ୍ର ଅମରାବତୀରେ ଭୀଷଣ ସଡ଼କ ଦୁର୍ଘଟଣା । ନାଗପୁର-ମୁମ୍ବାଇ ଏକ୍ସପ୍ରେସ୍ ହାଇଓ୍ବେରେ କାରକୁ ପଟିଲା ଟ୍ରକ୍ । ଫଳରେ ୯ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନେକ ଆହତ ହୋଇଛନ୍ତି । ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହିଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ଅଧିକାରୀ ସୂଚନା ମୁତାବକ, ରାଜଧାନୀ ମୁମ୍ବାଇରୁ ୬୫୦ କିଲୋମିଟର ଦୂର ଅମରାବତୀ ଜିଲ୍ଲାର ଖଲ୍ଲର ଥାନା ଅନ୍ତର୍ଗତ ଦାରୟାପୁର-ଅଞ୍ଜନଗାଁ ନିକଟରେ ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଛି । ଏକ ପରିବାର ଦାରିୟାପୁରରୁ ପର୍ଟି ସାରି ଫେରୁଥିବା ବେଳେ କାରକୁ ପିଟିଥିଲା ଟ୍ରକ୍ । ଫଳରେ ଏଥିରେ ୯ଜଣଙ୍କ ମୃତ୍ୟ ହୋଇଛି । ମୃତକଙ୍କ ମଧ୍ୟରେ ୨ଜଣ ଛୋଟ ପିଲା ଥିବା ବେଳେ ୨ଜଣ ମହିଳା ରହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ସେପଟେ ହିମାଚଳ ପ୍ରଦେଶ ରୋହ୍ରୁରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପାବ୍ବର ନଦୀରେ ଏକ କାର୍ ଖସିପଡ଼ିବାରୁ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି । ରାମପୁରରୁ ଜଙ୍ଗଲା ଏକ ବିବାହ ପାର୍ଟିକୁ ୫ଜଣ ଯାଉଥିବା ବେଳେ ଚିତ୍ତଡ଼ଗାଁ ନିକଟରେ କାର୍‌ଟି ପୋଲ ତଳକୁ ଖସିପଡ଼ିଥିଲା । ଗାଡ଼ିଟି ଭାରସାମ୍ୟ ହରାଇ ବ୍ରିଜ୍ ରୁ ତଳକୁ ଖସିପଡ଼ିଛି ବୋଲି ପୋଲିସ ପ୍ରାଥମିକ ତଦନ୍ତୁ ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.