ପୋଲିସ ଗାଡି ଦେଖି ସ୍ପିଡ୍ ବଢାଇଲେ ଡ୍ରାଇଭର, ଭାରସାମ୍ୟ ହରାଇ ଓଲଟି ପଡିଲା ପିକ ଅପ୍ ଭ୍ୟାନ୍

Published By : Prameya-News7 Bureau | December 25, 2020 IST

ପାଟଣା ୨୫।୧୨: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚମ୍ପୁଆ ତୁରୁମୁଙ୍ଗା ରାସ୍ତାର ନେଉଳିଯୋଡି ପୋଲ ନିକଟରେ ବିଳମ୍ବିତ ସନ୍ଧ୍ୟାରେ ଭାରସାମ୍ୟ ହରାଇ ଏକ  କାଠ ବୋଝେଇ ପିକଅପ୍ ଭ୍ୟାନ ଓଲଟି ପଡିଛି। ବଡ କଥା ବେଆଇନ ଭାବେ କାଠ ନେଇ ଯାଉଥିବା ଏହି ପିକ୍ ଅପ୍‌ ଭ୍ୟାନକୁ ପୋଲିସ ପିଛା କରୁଥିଲା। ଗାଡି ଭିତରୁ  ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ଵ ଆକାଶିଆ କାଠ ଗଣ୍ଡି ସହ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଉଭୟ ପୋଲିସ ଓ ବନ ବିଭାଗ ଜବତ କରିଛନ୍ତି।

{"id":382730,"sizeSlug":"large","linkDestination":"none"}

ସୂଚନା ଅନୁଯାୟୀ ଚମ୍ପୁଆ ପଟୁ କାଠ ବୋଝେଇ କରି ଆସୁଥିବା ପିକ ଅପ ଭ୍ୟାନକୁ ପୋଲିସ କୌଣସି ସୂତ୍ରରୁ ଖବର ପାଇ ପିଛା କରୁଥିଲା। ପୋଲିସ ଗାଡିକୁ ଦେଖି ଦ୍ରୁତଗତିରେ ଯାଉଥିବା ପିକ ଅପ ଭ୍ୟାନ ଟି ଭାରସାମ୍ୟ ହରାଇ ଓଲଟି ପିଡ଼ିଥିଲା । ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇ ଯାଇଛନ୍ତି। ଗାଡି ନମ୍ବର ଆଧାରରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ କାଠ ଗୁଡିକ ଜବତ କରି ବନ ବିଭାଗ କାର୍ଯ୍ୟାଳୟ ନିଆ ଯାଇଥିବା ପାଟଣା ରେଞ୍ଜର ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.