ବର୍ଜ୍ୟ ଜଳରୁ ଜାଣି ହେବ କୋଭିଡ ସ୍ଥିତି, ଆରଏମଆରସି ପରାମର୍ଶରେ ହେବ ଗବେଷଣା

Published By : Prameya-News7 Bureau | October 11, 2022 IST

ଭୁବନେଶ୍ଵର, ୧୧/୧୦ : ବର୍ଜ୍ୟ ଜଳରୁ ଜାଣି ହେବ କୋଭିଡ ସ୍ଥିତି। ବର୍ଜ୍ୟ ଜଳର କଣ ରହିଛି ସ୍ଥିତି ଏବଂ ସଂକ୍ରମଣ ବଢିବାର ଆଶଙ୍କା ରହିଛି କି ନାହିଁ ସେ ବାବଦରେ ମଧ୍ୟ ଜାଣିହେବ। ରାଜ୍ୟ ସରକାରଙ୍କ ସହଯୋଗରେ ଏନେଇ ଗବେଷଣା କରିବ ଆରଏମଆରସି। ଆଇସିଏମଆର ର ପରାମର୍ଶରେ ବିଭିନ୍ନ ରାଜ୍ୟରେ ଏହି ଗବେଷଣା ହେବାକୁ ଥିବା ବେଳେ ଓଡ଼ିଶାରେ ବି ବର୍ଜ୍ୟଜଳକୁ ନେଇ ଗବେଷଣା ହେବ। ଏନେଇ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ପୁଣି କହିଛନ୍ତି ଯେ, ଆରଟିପିସିଆର ଟେଷ୍ଟ ଭଳି ଏହି ସାମ୍ପୁଲ ଟେଷ୍ଟ କରାଯିବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ଵର, କଟକ ଓ ପୁରୀରେ ଏହି ଗବେଷଣା ଆରମ୍ଭ ହେବ। କେବଳ କୋଭିଡ୍ ନୁହେଁ, କଲେରା, ଜଣ୍ଡିସ ପରି ଅନ୍ୟ ରୋଗ ବାବଦରେ ବି ଏହି ଗବେଷଣାରୁ ତଥ୍ୟ ମିଳିବ। ଆଗୁଆ ତଥ୍ୟ ମିଳିପାରିଲେ ପ୍ରତିକାର କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.