ବ୍ରିଟେନର ନୂଆ କରୋନା ଷ୍ଟ୍ରେନ୍କୁ ନେଇ ଭୟଭୀତ ହେବାର ନାହିଁ- RMRC ଡାକ୍ତର

Published By : Prameya-News7 Bureau | December 24, 2020 IST

ଭୁବନେଶ୍ୱର ୨୪।୧୨ : ବ୍ରିଟେନରେ ନୂଆ କରୋନା ଷ୍ଟ୍ରେନ୍ ଦେଖାଦେବା ପରେ ଚିନ୍ତାରେ ଏବେ ସାରାବିଶ୍ୱ । ତେବେ ବ୍ରିଟେନ ଷ୍ଟ୍ରେନ୍ ଭଳି ବର୍ତ୍ତମାନ ଭାରତରେ କିଛି ନାହିଁ । ତେଣୁ ଚିନ୍ତାର କରିବାର ଆବଶ୍ୟକ ନାହିଁ ବୋଲି କହିଛନ୍ତି RMRC ଡାକ୍ତର ଦେବବ୍ରତ ଭଟ୍ଟାଚାର୍ଯ୍ୟ ।

ବ୍ରିଟେନରେ ନୂଆ କରୋନା ଷ୍ଟ୍ରେନ୍ ନେଇ RMRC ଡାକ୍ତର ଦେବବ୍ରତ ଭଟ୍ଟାଚାର୍ଯ୍ୟଙ୍କ ଆହୁରୀ ମଧ୍ୟ କହିଛନ୍ତି ଯେ, ଭାରତରେ ଦ୍ବିତୀୟ ୱେଭ୍ ଆସିନାହିଁ । ତେଣୁ ଚିନ୍ତା କରିବାର ଆବଶ୍ୟକ ନାହିଁ । ବ୍ରିଟେନ ଷ୍ଟ୍ରେନ୍ ଭଳି ବର୍ତ୍ତମାନ ଭାରତରେ କିଛି ନାହିଁ। ଲଣ୍ଡନରୁ ଭୁବନେଶ୍ବର ଫେରିଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ତାହା ବ୍ରିଟେନ ଷ୍ଟ୍ରେନ୍ ବୋଲି ପ୍ରମାଣିତ ହୋଇନାହିଁ ।

ସାମ୍ପଲ ଟେଷ୍ଟିଂ ପାଇଁ ICMR ପୁନେକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ଜଣାପଡିବ। ଲଣ୍ଡନରେ ଆକ୍ରାନ୍ତ ସଂଖ୍ୟା ବଢୁଛି। ହେଲେ ଭାରତରେ କେସ୍ ସଂଖ୍ୟା କମୁଛି । ତେଣୁ ସାଧାରଣ ଲୋକଙ୍କୁ ଆତଙ୍କିତ ନହେବାକୁ ପରାମର୍ଶ । କରୋନା କଟକଣା ମାନିବା ସହ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ସାନିଟାଇଜ୍ କରିବାକୁ RMRC ଡାକ୍ତର ପରାମର୍ଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.