NDAରେ ସାମିଲ ହେବା ନେଇ ଘୋଷଣା କଲେ ଜୟନ୍ତ ଚୌଧୁରୀ, ଏସପିରୁ କାହିଁକି ଅଲଗା ହେଲେ କଲେ ଖୁଲାସା

Published By : Prameya-News7 Bureau | February 12, 2024 IST

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ପ୍ରମୁଖ ଜୟନ୍ତ ଚୌଧୁରୀ ସୋମବାର ସମାଜବାଦୀ ପାର୍ଟି ସହ ସମ୍ପର୍କ ଛିନ୍ନ କରି ବିଜେପି ଏବଂ ଏନଡିଏରେ ସାମିଲ ହେବା ନେଇ ଘୋଷଣା କରିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜୟନ୍ତ ଚୌଧୁରୀ ସମାଜବାଦୀ ପାର୍ଟିରୁ ଅଲଗା ହେବା ଏବଂ ବିଜେପି ମେଣ୍ଟରେ ସାମିଲ ହେବା କାରଣ ଉପରେ ସ୍ଥିତି ସ୍ପଷ୍ଟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଏନଡିଏରେ ଆରଏଲଡି ସାମିଲ ହେବା ଚର୍ଚ୍ଚା ଗତ ଏକ ସପ୍ତାହ ଧରି ଚାଲିଥିଲା । ସମାଜବାଦୀ ପାର୍ଟି ନେତା ରବିଦାସ ମଲହୋତ୍ରାଙ୍କ ଦାବି ଏବଂ ଆରଏଲଡିର ଚାରି ବିଧାୟକଙ୍କ ଅସନ୍ତୋଷ ଖବର ଉପରେ ମଧ୍ୟ ସେ ଜୟନ୍ତ ଚୌଧୁରୀ ମତ ରଖିଛନ୍ତି ।

ଜୟନ୍ତ ଚୌଧୁରୀ କହିଛନ୍ତି ଯେ ମିଡିଆ ଚ୍ୟାନେଲ ଯେଉଁମାନେ ଏହି ଖବରକୁ ବାହାର କରିଛନ୍ତି ତାହା କେତେ ସତ, ମୁଁ ଜାଣି ନାହିଁ । ମୁଁ ଅନୁଭବ କରୁ ନାହିଁ ଯେ ସେ ଆମର କୌଣସି ବିଧାୟକଙ୍କ ସହ କଥା ହୋଇଛନ୍ତି । ଜୟନ୍ତ କହିଛନ୍ତି ଯେ ବିଧାୟକ ଏବଂ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରାଯିବା ପରେ ହିଁ କୌଣସି ନିଷ୍ପତ୍ତି ନିଆଯାଇଛି । ସେ ଏହା ମଧ୍ୟ କହିଛନ୍ତି ଯେ ଏହି ନିଷ୍ପତ୍ତି ପଛରେ କୌଣସି ପ୍ଲାନିଂ ନାହିଁ । ଆମେ ବହୁତ କମ ସମୟରେ ଏହି ନିଷ୍ପତ୍ତି ନେଇଛୁ । ବର୍ତ୍ତମାନର ପରିସ୍ଥିତି କାରଣରୁ ଏହି ନିଷ୍ପତ୍ତି ନେବାକୁ ପଡ଼ିଛି ।

ପଢନ୍ତୁ: ଜେଜେଙ୍କୁ ଭାରତ ରତ୍ନ ମିଳିବା ପରେ ବିଜେପି ସହ ମେଣ୍ଟ କରିବାକୁ ଘୋଷଣା କଲେ ଆର୍‌ଏଲ୍‌ଡି ମୁଖ୍ୟ ଜୟନ୍ତ ଚୌଧୁରୀ

ନିଜ ଜେଜେ ବାପା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ମିଳିବା ଉପରେ ବୟାନ ଦେଇ କହିଛନ୍ତି ଆମ ସମସ୍ତଙ୍କ ମନ ପ୍ରଫୁଲ୍ଲିତ ଅଛି । ଏହା ବହୁତ ବଡ଼ ସମ୍ମାନ କେବଳ ଆମ ପରିବାର କିମ୍ୱା ଆମ ଦଳ ଯାଏ ସୀମିତ ନୁହେଁ । ଦେଶର ପ୍ରତିକୋଣରେ ଥିବା ଚାଷୀ, ଯୁବବର୍ଗ ଏବଂ ଗରିବ ଲୋକଙ୍କ ସମ୍ମାନ । ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ଘୋଷଣା ପରେ ଜୟନ୍ତ ଚୌଧୁରୀ ରାଜ୍ୟସଭାରେ ପିଏମ୍ ମୋଦୀଙ୍କୁ ପ୍ରଶଂସା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.