ହିନ୍ଦୁ ନୁହନ୍ତି ନରେନ୍ଦ୍ର ମୋଦି..ନିତିଶ ପଲଟୁ ରାମ, ଜାଣନ୍ତୁ କ’ଣ କହିଲେ ଲାଲୁ ଯାଦବ

Published By : Prameya-News7 Bureau | March 03, 2024 IST

ପାଟନା ୩।୩: ବିହାର ରାଜଧାନୀ ପାଟନାରେ ରବିବାର ମହାମେଣ୍ଟର ଏକ ବଡ଼ ରାଲି ଅନୁଷ୍ଠିତ ହୋଇଯାଇଛି। ଗାନ୍ଧି ମୈଦାନରେ ଅନୁଷ୍ଠିତ ଜନସମାବେଶକୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦ ଯାଦବ ସମ୍ବୋଧିତ  କରିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି ହିନ୍ଦୁ, ହିନ୍ଦୁ ଚିଲାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ହିନ୍ଦୁ ନୁହନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିକାଲି ସଭା ସମିତିରେ ପରିବାରବାଦର କଥା କହୁଛନ୍ତି। ତାଙ୍କର ପରିବାର ନାହିଁ କି ସେ ହିନ୍ଦୁ ନୁହନ୍ତି ବୋଲି ଲାଲୁ କହିଛନ୍ତି।

ଲାଲୁ ଯାଦବ କହିଛନ୍ତି ଯେ ‘ମୋଦି କେଉଁ ଚିଜ? ସେ ଆଜିକାଲି ପରିବାରବାଦ ଉପରେ ଆକ୍ରମଣ କରୁଛନ୍ତି, କହୁଛନ୍ତି ଲୋକେ ପରିବାର ନିମନ୍ତେ ଲଢୁଛନ୍ତି, ଆପଣଙ୍କର ପରିବାର ନାହିଁ, ଯେବେ ଆପଣଙ୍କ ମାଙ୍କ ଦେହାନ୍ତ ହେଲା ସବୁ ହିନ୍ଦୁଙ୍କ ଭଳି ଆପଣ ଚୁଟି ଦାଢି କାଟି ନଥିଲେ। ଏବେ ଆପଣ କୁହନ୍ତୁ ମାଙ୍କୁ ଶୁଦ୍ଧ କାହିଁକି ହୋଇନଥିଲେ? ରାମ-ରହିମଙ୍କ ଦେଶରେ ସେ ଘୃଣା ବ୍ୟାପ୍ତ କରୁଥିବା ଲାଲୁ କହିଛନ୍ତି।’ ଏହି ଅବସରରେ ନିତିଶ କୁମାରଙ୍କୁ ମଧ୍ୟ ଛାଡି ନାହାନ୍ତି ଲାଲୁ ଯାଦବ। କହିଛନ୍ତି ଆମେ ତାଙ୍କୁ ଗାଳିଗୁଲଜ କରିନୁ। ସେ ପ୍ରଥମ ଥର ଯେବେ ଶାସନରୁ ବାହାରିଥିଲେ ସେତେବେଳେ ବି ଆମେ ତାଙ୍କୁ ଗାଳି କରିନଥିଲୁ, ଆମେ କେବଳ ଏତିକି କହିଥିଲୁ ସେ ‘ପଲଟୁରାମ’।

{"id":916649,"width":843,"height":474,"sizeSlug":"full","linkDestination":"none"}

ତାଙ୍କର ପଲଟିବାର ନଥିଲା, ହେଲେ ଦ୍ୱିତୀୟବାର ଆମେ ଭୁଲ କରିବସିଲୁ। ତେଜସ୍ୱୀଙ୍କ ଦ୍ୱାରା ଭୁଲ ହେଲା, ସେ ପୁଣି ଥରେ ନରେନ୍ଦ୍ର ମୋଦିଙ୍କ ପାଦ ତଳକୁ ଚାଲିଗଲେ ଏବଂ ଓଲଟି ପଡିଲେ। ଲାଲୁ କହିଛନ୍ତି ଯେ ଟିଭିରେ ଦେଖୁଛି କିଏ ମାଳ ପିନ୍ଧାଉଛି ତ କିଏ ଫୁଲ ପିନ୍ଧାଉଛି ଏ ସବୁଦେଖି ନିତିଶକୁ ଲାଜ ଲାଗୁନି କେମିତି? ଲାଲୁ ଯାଦବ କହିଛନ୍ତି ଯେ ଆଗାମୀ ନିର୍ବାଚନରେ ରାଜ୍ୟରୁ ବିଜେପିକୁ ସମ୍ପୂର୍ଣ୍ଣ ହଟାଇ ଦିଆଯିବ। ଏବେ ତେଜସ୍ୱୀ ଯାଦବ ଏଥି ପାଇଁ ଖୁବ୍ କଶରତ କରୁଛନ୍ତି, ସବୁ ସ୍ଥାନକୁ ଯାଉଛନ୍ତି।

ସେ କହିଛନ୍ତି ଯେ ୧୯୯୦ ମସିହାରେ ପଛୁଆ ବର୍ଗଙ୍କୁ ରାଜ୍ୟରେ ଭୋଟ ଦେବାର ଅଧିକାର ନଥିଲା। ଆମେ ହିଁ ସେମାନଙ୍କୁ ଭୋଟ ବୁଥ ପର୍ଯ୍ୟନ୍ତ ଆଣିଥିଲୁ ସେମାନଙ୍କୁ ଶକ୍ତି ଦେଇଥିଲୁ। ସେତେବେଳେ ଚାପା କଳ ନଥିଲା, ପାଣି ପାଇଁ ଲୋକେ କୂଅ ଉପରେ ନିର୍ଭର ଥିଲେ ପଛୁଆ ବର୍ଗଙ୍କୁ କୂଅରୁ ପାଣି ବି ମିଳୁନଥିଲା। ଏବେ ସେହିମାନେ କ୍ଷମତା ଗଳିରେ ଛିଡା ହୋଇଛନ୍ତି। ବିହାର ଯାହାକୁ ବାଛେ ଦେଶ ଏହାକୁ ଫଲୋ କରେ ବୋଲି ଲାଲୁ କହିଛନ୍ତି। ତେଜସ୍ୱୀ ହିଁ ସେହି ନେତା ଯିଏ ରାଜ୍ୟରେ ବେକାରଙ୍କ ଲାଗି ନିଯୁକ୍ତିର ସୁଯୋଗ ସୃଷ୍ଟି କରିଛନ୍ତି। ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ବୋଲି ଲାଲୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.