ମତଦାନ ବେଳେ ଫୁଟିଲା ଗୁଳି, ଟଳି ପଡ଼ିଲେ ଆରଜେଡି ନେତାଙ୍କ ଭାଇ
7/11/2020 at 6:17 PM

ପାଟଣା ୭/୧୧: ବିହାର ବିଧାନସଭା ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟ ମତଦାନ ଚାଲିଛି। ଭୋଟିଂ ଚାଲିଥିବା ବେଳେ ପୁର୍ନିଆରେ ଜଣେ ଆରଜେଡି ନେତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୁତ୍ତ। ଏହି ଘଟଣା ଶନିବାର ପୁର୍ନିଆର ସରସି ଅଞ୍ଚଳରେ ଘଟିଛି। ତେବେ ଏହି ଅଞ୍ଚଳ ଧାମଡା ବିଧାନସଭା କ୍ଷେତ୍ରରେ ଯାଉଥିବା ଜଣାପଡ଼ିଛି।

ମିଳିଥିବା ରିପୋର୍ଟ ଅନୁସାରେ ଦୁର୍ବୃତ୍ତ ବେନି ସିଂହଙ୍କୁ ଗୁଳି କରିଥିଲା। ବେନି ସିଂହ ଯିଏକି ଆରଜେଡିର ଜଣେ ଯୁବନେତା ଅନିକେତ ସିଂହଙ୍କ ଭାଇ ବୋଲି ଜଣାପଡ଼ିଛି। ତେବେ ଅନିକେତଙ୍କୁ ଏସଟିଏଫ୍ ଚଳିତ ବର୍ଷ ସେପ୍ଟେମ୍ବରରେ ଗିରଫ କରିଥିଲା।
ବେନିଙ୍କ ଭାଇ ଅନିକେତଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା ଏସ୍ଟିଏଫ୍। ଗିରଫ ବେଳେ ଅନିକେତଙ୍କ ଗାଡ଼ିରୁ ଏକ-୪୭, ଗଞ୍ଜେଇ, ୬୬ ରାଉଣ୍ଡ ଗୁଳି ଜବତ କରିଥିଲା ଏସ୍ଟିଏଫ।