ଟିନା ଡାବି ଓ ବାପା-ମାଙ୍କୁ ନିଜର ସଫଳତାର ଶ୍ରେୟ ଦେଲେ ରିୟା ଡାବି, କହିଲେ-ଦିନକୁ ପଢୁଥିଲି ଏତିକି ଘଣ୍ଟା

Published By : Prameya-News7 Bureau | September 25, 2021 IST

ନୂଆଦିଲ୍ଲୀ ୨୫।୦୯: ଭଉଣୀଙ୍କ ସଫଳତାକୁ ଦୋହରାଇଲେ ଆଉ ଜଣେ ଭଉଣୀ। ଜଣେ ୨୦୧୫ କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି)ରେ ଟପ୍ପର ହୋଇଥିବା ବେଳେ ୨୦୨୦ରେ ଛୋଟ ଭଉଣୀ ୧୫ତମ ସ୍ଥାନ ହାସଲ କରିଛନ୍ତି। ଆମେ କହୁଛୁ ୟୁପିଏସସି ଟପ୍ପର ଟିନା ଡାବିଙ୍କ ବିଷୟରେ। ତାଙ୍କ ସାନ ଭଉଣୀ ରିୟା ଡାବି ୨୦୨୦ ୟୁପିଏସସିରେ କୃତକାର୍ଯ୍ୟ ହାସଲ କରି ୧୫ତମ ସ୍ଥାନରେ ରହିଛନ୍ତି। ରିୟା ନିଜର ସାମାଜିକ ଗଣମାଧ୍ୟମରେ ବାପା-ମାଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି ଏବଂ ଲେଖିଛନ୍ତି ବାପା-ମାଙ୍କୁ ଖୁସି କରିବା ପାଇଁ ଏଥିରୁ ବଳି ଆଉ କିଛି  ହୋଇନପାରେ।

୨୦୧୫ ୟୁପିଏସସି ଟପ୍ପର ଟିନା ଡାବିଙ୍କ କାରଣ ରିୟା ଡାବି ସଭିଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ଟିନା ଡାବି କହିଛନ୍ତି, ମୋତେ ଏହା ଜଣାଇବାରେ ଖୁସି ଲାଗୁଛି ଯେ ମୋ  ସାଉ ଭଉଣୀ ରିୟା ଡାବି ୨୦୨୦ ୟୁପିଏସସିରେ ୧୫ତମ ସ୍ଥାନ ହାସଲ କରିଛନ୍ତି। ଦୁଇ ଭଉଣୀ ଦିଲ୍ଲୀ ବିଶ୍ଵ ବିଦ୍ୟାଳୟର ବାଳିକା ଶ୍ରୀରାମ କଲେଜର। ଏହି ସଫଳତା ପରେ ରିୟା ଡାବି କହିଛନ୍ତି ଯେ, ତାଙ୍କ ସଫଳତା ପଛରେ ତାଙ୍କ ବାପା-ମା ଓ ବଡ ଭଉଣୀଙ୍କ ହାତ ରହିଛି। ସେମାନେ ମୋତେ ଅକୁଣ୍ଠ ସରର୍ଥନ ଦେଇ ଉତ୍ସାହିତ କରିଛନ୍ତି। ତାଙ୍କ ବିନା ମୁଁ କିଛି କରି ପାରିନଥାନ୍ତି। ମୋ ମା ପାଇଁ  ଏକ ରୋଲ୍ ମୋଡେଲ।  ମୋର ଶୁଭେଚ୍ଛୁମାନଙ୍କୁ ମୋର ଧନ୍ୟବାଦ  ବୋଲି ରିୟା ଡାବି ନିଜର ଇନଷ୍ଟାଗ୍ରାମ ପୃଷ୍ଠାରେ ଲେଖିଛନ୍ତି।

ନିଜର ୟୁପିଏସସି ପ୍ରସ୍ତୁତି ବିଷୟରେ ରିୟା ଡାବି କହିଛନ୍ତି ଯେ, ଲେଡି ଶ୍ରୀରାମ କଲେଜରୁ ସ୍ନାତକୋ ପଢିବା ପରେ ସେ ପ୍ରସ୍ତୁତି ଆରମ୍ଭ କରିଥିଲେ। ୨୩ ବର୍ଷୀୟ ରିୟା ଡାବି କହିଛନ୍ତି, ମୁଁ ଦିନକୁ ୧୦ ଘଣ୍ଟା ପରିଶ୍ରମ କରୁଥିଲି। ପରୀକ୍ଷାର ଚାପକୁ ମୁଁ ଉତ୍ସାହରେ ପରିଣତ କରିଥିଲି। ପରିବାର ପକ୍ଷରୁ କୌଣସି ଚାପ ମୋ ଉପରେ ନଥିଲା  ବୋଲି ରିୟା ଡାବି କହିଛନ୍ତି।

ସୂଚନାଯୋଗ୍ୟ, ଟିନା ଡାବି ହେଉଛନ୍ତି ପ୍ରଥମ ୟୁପିଏସସି ଟପ୍ପର। ସେ ହେଲେ ସେ ଅନ୍ୟ ଏକ କାରଣ ପାଇଁ ମଧ୍ୟ ଖୁବ୍ ଚର୍ଚ୍ଚାରେ ଥିଲେ। ଅନ୍ୟ ଜଣେ ଟପ୍ପର ଅଥର ଅହମ୍ମଦଙ୍କ ସହ ପ୍ରେମ ସଂପର୍କ ଏବଂ ପରେ ବିବାହ କରିବା ନେଇ ଡାବି ଚର୍ଚ୍ଚାରେ ଥିଲେ। ବିଶେଷ କରି ଉଭୟ ଭିନ୍ନ ଭିନ୍ନ ଧର୍ମର ହୋଇ ମଧ୍ୟ ବିବାହ କରି ସମାଜକୁ ଏକ ଭିନ୍ନ ବାର୍ତ୍ତା ଦେବାକୁ ଚେଷ୍ଟା କରିଥିଲେ। ହେଲେ ଗତ ବର୍ଷ ଉଭୟଙ୍କ ଛାଡପତ୍ର ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.