vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଲଗାତାର ତୃତୀୟ ଦିନ ରିୟା ଚକ୍ରବର୍ତ୍ତୀଙ୍କୁ ଜେରା, ରବିବାର ୯ ଘଣ୍ଟା ଧରି ପ୍ରଶ୍ନ କଲା ସିବିଆଇ

30/08/2020 at 9:34 PM

ମୁମ୍ବାଇ ୩୦।୦୮: ସୁଶାନ୍ତ ସିଂହ ରାଜପୁତ ମାମଲାରେ ରିୟା ଚକ୍ରବର୍ତ୍ତୀ ସଂପୂର୍ଣ୍ଣ ଭାବେ ଫସିଛନ୍ତି। ମୁମ୍ବାଇ ପୋଲିସ ଓ ଇଡିର ଜେରା ପରେ ଏବେ ସିବିଆଇ ମଧ୍ୟ ଅଭିନେତ୍ରୀଙ୍କୁ ଲଗାତାର ଜେରା କରୁଛି। ଆଜି ତୃତୀୟ ଦିନରେ ସିବିଆଇ ଅନେକ ଘଣ୍ଟା ପର୍ଯ୍ୟନ୍ତ ରିୟାଙ୍କୁ ଘନ ଘନ ପ୍ରଶ୍ନ କରିଛି। କେବଳ ତିନି ଦିନରେ ରିୟାଙ୍କୁ ୨୬ ଘଣ୍ଟା ଜେରା କରାଗଲାଣି। ସିବିଆଇ ପଚରାଉଚୁରା ପାଇଁ ପୁଣି ଥରେ ରିୟାଙ୍କୁ ତଲବ କରିଛି।

ଶୁକ୍ରବାର ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ଜେରା କରିଥିଲା। ସେହି ଦିନ ୧୦ ଘଣ୍ଟା ପର୍ଯ୍ୟନ୍ତ ରିୟା କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିର ପ୍ରଶ୍ନର ଉତ୍ତର ଦେଇଥିଲେ। ଏହା ପରେ ଶନିବାର ରିୟାଙ୍କୁ ୭ ଘଣ୍ଟା ଜେରା ହୋଇଥିଲା। ପୁଣି ରବିବାର ୯ ଘଣ୍ଟା ଧରି ସିବିଆଇ ରିୟାଙ୍କୁ ଜେରା କରିଛି। ଏହି ପରି ତିନି ଦିନରେ ରିୟାଙ୍କୁ ୨୬ ଘଣ୍ଟା ଜେରା କରାଗଲାଣି। କୁହାଯାଉଛି ସୋମବାର ପୁଣି ଥରେ ତାଙ୍କୁ ଡକାଯାଇପାରେ। ଯେତିକି ଯେତିକି ପଚରାଉଚୁରା ବଢି ଚାଲିଛି ରିୟାଙ୍କ ମୁସ୍କିଲ ବଢି ଚାଲିଛି।

ତିନି ଦିନରେ ସିବିଆଇ ରିୟାଙ୍କୁ ଅନେକ ପ୍ରଶ୍ନ ପଚାରି ସାରିଛି। ରବିବାର ସିବିଆଇର ପୂରା ଫୋକସ ଡ୍ରଗ୍ସ ଦିଗକୁ ନେଇଥିଲା। ସିବିଆଇ ରିୟାଙ୍କୁ କଣ କେବେ ସୁଶାନ୍ତଙ୍କୁ ଡ୍ରଗ୍ସର ଓଭରଡୋଜ ଦିଆଯାଇଥିଲା କି ନାହିଁ ଅନେକ ଥର ପ୍ରଶ୍ନ କରିଛି। ପ୍ରଶ୍ନ ଏହା ମଧ୍ୟ କରାଯାଇଛି ଯେ ଜୁନ ୮ରେ ରିୟା ସୁଶାନ୍ତଙ୍କ ଘର କଣ ପାଇଁ ଛାଡିଲେ। ସିବିଆଇ ଜାଣିବାକୁ ଉଦ୍ୟମ କରୁଛି ଯେ ଯେତେବେଳେ ସୁଶାନ୍ତଙ୍କ ସ୍ଵାସ୍ଥ୍ୟ ଠିକ୍ ନଥିଲା ତେବେ ରିୟା କଣ ପାଇଁ ଘର ଛାଡି ଥିଲେ।

ସଂପ୍ରତି ଜେରା ସମୟରେ ସିବିଆଇ ସୁଶାନ୍ତଙ୍କ ସ୍ଵାସ୍ଥ୍ୟ ସଂପର୍କରେ ଅନେକ ପ୍ରଶ୍ନ କରିଛି। ରିୟାଙ୍କୁ ସିବିଆଇ ପଚାରିଛି ଆପଣଙ୍କୁ କେବେ ହୃଦବୋଧ ହେଲା ଯେ ସୁଶାନ୍ତ ମାନସିକ ରୋଗର ଶିକାର ହୋଇଛନ୍ତି।  ସୁଶାନ୍ତଙ୍କୁ ପ୍ରଥମ ଥର ଡାକ୍ତରଙ୍କୁ କେବେ ଦେଖା ଯାଇଥିଲା ? ସୁଶାନ୍ତଙ୍କୁ ଔଷଧ  କିଏ ଦେଉଥିଲା ? ସୁଶାନ୍ତଙ୍କ ଡାକ୍ତର ବାରମ୍ବାର କଣ ପାଇଁ ବଦଳା ଯାଇଥିଲା ?

   Related Posts