ଲିଭ୍‌ ଇନ୍‌ରେ ରିୟା-ସୁଶାନ୍ତ! MS Dhoni ଷ୍ଟାରଙ୍କ ବାର୍ଥଡେ ପାର୍ଟିରେ ରିଲେସନଶିପ୍‌ ଖୁଲାସା କଲେ ଜଲେବି ଗର୍ଲ

Published By : Prameya-News7 Bureau | January 22, 2020 IST

ମୁମ୍ବାଇ୨୨|୧: ଜାନୁଆରୀ ୨୧ରେ ଥିଲା ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ଜନ୍ମଦିନ । ତେବେଏହି ଦିନଟିକୁ ବେଶ ମେମୋରେବଲ୍‌ କରିଛନ୍ତି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ । ସୁଶାନ୍ତଙ୍କ ୩୪ତମ ଜନ୍ମଦିନ ପାର୍ଟିର ହୋଷ୍ଟ ଥିଲେ ରିୟା। ଏହି ଅବସରରେ ବଡ ଖୁଲାସା କରିଛନ୍ତି ସେ। ସୁଶାନ୍ତ ଓ ରିୟା ଏବେ ବଲିଉଡରେ ନିଜର ସମ୍ପର୍କକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି।

{"id":214535,"sizeSlug":"large"}

 ହେଲେ ଦୁହେଁ ରିଲୋସନଶିପ୍‌ ଷ୍ଟାଟସ୍‌ ବିଷୟରେ କୌଣସି ଘୋଷଣା କରିନଥିଲେ। ଥରେ ସୁଶାନ୍ତ ଓ ରିୟାଙ୍କୁ ହୋଟେଲରେ ଡିନର କରୁଥିବାର ସ୍ପଟ୍‌ କରାଯାଇଥିଲା। ସେତେବେଳେ ଉଭୟ କହିଥିଲେ, ‘ୱି ଆର୍‌ ନଟ୍‌ ଇନ୍‌ ଲଭ୍‌’। କେବଳ ସେତିକି ନୁହେଁ ରିଲେସନଶିପ୍‌ରେ ନାହାନ୍ତି ବୋଲି ଅନେକ ସାକ୍ଷାତକାରରେ ମଧ୍ୟ ସେମାନେ କହିଛନ୍ତି।

{"id":214532,"sizeSlug":"large"}

କିନ୍ତୁ ଗତ କାଲି ରିୟା ଆନୁଷ୍ଟାନିକ ଭାବେ ନିଜ ସମ୍ପର୍କ ନେଇ ଘୋଷଣା କରିଛନ୍ତି। ରିୟା ନିଜ ବୟଫ୍ରେଣ୍ଡଙ୍କ ପାଇଁ ଖୁବ ସ୍ଵତନ୍ତ୍ର ଭାବରେ ଜନ୍ମଦିନ ପାଳନ କରିଥିଲେ। କେବଳ ସେତିକି ନୁହେଁ ଭିନ୍ନ ଭାବେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ଅଭିନେତ୍ରୀ ରିୟା। ସେ ସୁଶାନ୍ତଙ୍କ ବିତାଇଥିବା କିଛି ଅନସିନ୍ ମୁହୂର୍ତ୍ତକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେୟାର କରାଯାଇଥିବା ଫଟୋ ଗୁଡିକରେ ଦୁହିଁଙ୍କର ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି।

{"id":214533,"sizeSlug":"large"}

ରିୟାଙ୍କର ଏହି ଫଟୋ ଗୁଡିକ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଦୁହିଁଙ୍କ ବିଷୟରେ ଚର୍ଚ୍ଚା ଜୋର ଧରିଛି। ରିୟା ସୁଶାନ୍ତଙ୍କ ସହ ନିଜସମ୍ପର୍କକୁ ଅଫିସିଆଲ କରିଛନ୍ତି। କିଛି ଦିନ ତଳେ ରିୟା ଏବଂ ସୁଶାନ୍ତଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା। ଦୁହେଁ ଏବେ ଲିଭଇନ ରିଲେସନସିପରେ ଅଛନ୍ତି ବୋଲି ଶୁଣିବାକୁ ମିଳିଥିଲା। ହେଲେ ଏହା ସତ କି ନାହିଁ ତାହା କିଛି ଦିନ ମଧ୍ୟରେ ଜଣାପଡିବ।

{"id":214536,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.