Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାସ୍ତାରେ ହଠାତ୍‌ ହେଲା ରେଡ୍‌ ଓ୍ବାଇନ୍‌ର ବନ୍ୟା, ପାଣି ସୁଅ ପରି ଭାଙ୍ଗୁଛି ମଦ ଲହଢି

15/09/2023 at 12:21 PM

ନୂଆଦିଲ୍ଲୀ ୧୫।୦୯: ବର୍ଷା ଦିନେ ରାସ୍ତାରେ ଗାଁ ଠାରୁ ସହର ଯାଏଁ ବନ୍ୟା ଆସିବା ଏକ ସାଧାରଣ କଥା । କିନ୍ତୁ କେବେ ଆପଣ ରେଡ୍‌ ଓ୍ବାଇନ୍‌ର ଅର୍ଥାତ୍ ମଦ ବନ୍ୟା ଦେଖିଛନ୍ତି କି ? ସେ ପୁଣି ରାସ୍ତାରେ ଲହଡି ମାରି ଯାଉଥିବା ? ବୋଧହୁଏ ନା, କିନ୍ତୁ ଏପରି ଏକ ମଦ ବନ୍ୟାର ଭିଡିଓ ସାମ୍ନାକୁ ଆସିଛି । ରାସ୍ତାରେ ପାଣି ନୁହେଁ, ବୋହିବାକୁ ଲାଗିଛି ମଦ । ଆସନ୍ତୁ ନଜର ପକାଇବା ଏହି ଭିଡିଓ ଉପରେ…

ନା ଆକାଶରୁ ବର୍ଷା ହେଉଛି ନା ପାହାଡ଼ ଫାଟି ଝରଣା ବୋହୁଛି ? କେହି କିଛି ଭାବିବା ଆଗରୁ ହଠାତ୍‌ ରାସ୍ତାରେ ବୋହିଯାଉଛି ନାଲି ରଙ୍ଗର କିଛି ତରଳ ପଦାର୍ଥ । ହଠାତ୍‌ ପର୍ତ୍ତୁଗାଲର ସାଓ ଲୋରେଙ୍କୋ ଡି ବାଇରୋର ରାସ୍ତାରେ ପାଣି ସୁଅ ପରି ଭାଙ୍ଗିବାରେ ଲାଗିଛି ମଦ ଲହଢି । ଏମିତି ଦୃଶ୍ୟ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସ୍ଥାନୀୟ ଲୋକ । ରାସ୍ତାରେ ବୋହି ଯାଉଥିବା ଏହି ରେଡ୍‌ ଓ୍ବାଇନ୍‌ ନଦୀର ଭ୍ରମ ସୃଷ୍ଟି କରୁଛି ।  ଯାହାକୁ ଲୋକମାନେ ୱାଇନ୍‌ ନଦୀ ବୋଲି ମଧ୍ୟ କହିଛନ୍ତି । ଏହାକ ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ୍ ହେଉଛି ।

ତେବେ ହଠାତ୍‌ ରାତିରେ ରାସ୍ତା ଉପରେ ଏମିତି ମଦ କେଉଁଠୁ ଆସିଲା ? କେମିତି ଆସିଲା ?  ସେନେଇ କିଛି ଜଣାପଡିନି । କିନ୍ତୁ ଲୋକମାନେ ପ୍ରଥମେ ଏହାକୁ ନାଲି ରଙ୍ଗର ପାଣି ଭାବୁଥିଲେ, ହେଲେ ଯେତେବେଳେ ଜାଣିଲେ କି ଏହା ପାଣି ନୁହେଁ ବରଂ ମଦ ବୋଲି ତାକୁ ନେଇ ବଢିଲା ଚର୍ଚ୍ଚା ।

ନ୍ୟୁୟର୍କ ରିପୋର୍ଟ ଅନୁସାରେ, ଏହି ରହସ୍ୟମୟ ୱାଇନ୍‌ ନଦୀର ଉତ୍ପତ୍ତି ସହରର ଏକ ମଦ ଫ୍ୟାକ୍ଟ୍ରିରୁ ହୋଇଥିଲା। ଯେଉଁଠି ୨୨ ଲକ୍ଷ ଲିଟରରୁ ଅଧିକ ୱାଇନ୍‌ ବ୍ୟାରେଲ୍‌ ଟ୍ୟାଙ୍କ୍‌ ଫାଟି ଯାଇଥିଲା। ତେବେ ସର୍ଟିମା ନଦୀ ଏକ ମଦ ନଦୀରେ ପରିଣତ ହେବା ପୂର୍ବରୁ ଅଗ୍ନିଶମ ବାହିନୀ ଏହାକୁ ରୋକିଥିଲେ ଏବଂ ପରେ ଏହାର ରାସ୍ତା ପରିବର୍ତ୍ତନ କରି ଏକ କ୍ଷେତକୁ ଛଡ଼ାଯାଇଥିଲା।

You Can Read:

   Related Posts